ମନ୍ଦିର‌ ପରିସରରେ ମାଂସ ଡେଲିଭରି ପାଇଁ ମନା କରିଥିବାରୁ ଚାକିରି ଚାଲି ଯାଇଥିବା ସ୍ୱିଗି ବଏଙ୍କୁ ପୁଜାରୀ ସମ୍ମାନୀତ କରି ସେବକ ଭାବେ କାମ ଦେଲେ

ଦିଲ୍ଲୀରେ ସ୍ୱିଗି କମ୍ପାନିର ଡେଲିଭରି ବଏଙ୍କୁ ପୁଜାରୀ ସମ୍ମାନୀତ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଡେଲିଭରୀ ବଏ ହେଉଛନ୍ତି ସିଏ ଯିଏକି ଦିଲ୍ଲୀର ପ୍ରସିଦ୍ଧ ମରଘଟ ବାବା ହନୁମାନ ମନ୍ଦିର ପରିସରରେ ଗ୍ରାହକ ମଗାଇଥିବା ମଟନ କୋରମା ‌ ଡେଲିଭରି କରି ପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ଏହାପରେ ତାଙ୍କ ଚାକିରି ଚାଲି ଯାଇଥିଲା। ଏହି ଘଟଣାଟି ୨୦୨୩ ମାର୍ଚ୍ଚ ମାସରେ ଘଟିଥିବା କୁହାଯାଉଛି।

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।  ଭିଡିଓ ଭାଇରାଲ ହେବା ପରେ ମନ୍ଦିରର ପୁଜାରୀ ମନ୍ଦିର ଧାର୍ମିକ ପବିତ୍ରତା ବଞ୍ଚାଇ ରଖିଥିବାରୁ ସଚୀନଙ୍କୁ ସମ୍ମାନୀତ କରିବା ସହିତ ମନ୍ଦିର ପ୍ରଶାସନ ପକ୍ଷରୁ ସଚୀନଙ୍କୁ ମନ୍ଦିର ସେବକ ଭାବେ ଚାକିରି ମଧ୍ୟ ପ୍ରଦାନ କରାଯାଇଛି।