ସାଙ୍ଗର ପାର୍ଟିରେ ମଦ ପିଇବା ପରେ ଖାଇଲେ ୨ଟି ଭାଏଗ୍ରା ଟାବଲେଟ, ମସ୍ତିଷ୍କରେ ଜମାଟ ବାନ୍ଧିଲା ୩୦୦ ଗ୍ରାମ ରକ୍ତ

ମହାରାଷ୍ଟ୍ରର ନାଗପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୪୧ ବର୍ଷ ବୟସ୍କ ବ୍ୟକ୍ତି ଜଣେ ମହିଳା ବନ୍ଧୁଙ୍କ ପାର୍ଟିରେ ଦୁଇଟି ଭାଏଗ୍ରା ଟାବଲେଟ୍ ଖାଇଥିଲେ | ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଯାଇଛି | ତାଙ୍କ ମସ୍ତିଷ୍କରେ ୩୦୦ ଗ୍ରାମ ରକ୍ତ ଜମାଟ ବାନ୍ଧି ହୋଇଯାଇଥିଲା। ରିପୋର୍ଟ ଅନୁଯାୟୀ, ୪୧ ବର୍ଷୀୟ ବ୍ୟକ୍ତି ତାଙ୍କ ବନ୍ଧୁଙ୍କୁ ଭେଟିବାକୁ ହୋଟେଲକୁ ଯାଇଥିଲେ।

ଯେଉଁଠାରେ ସେ ମଦ ପିଇଥିଲେ ତା’ପରେ ସିଲଡେନାଫିଲର ଦୁଇଟି ୫୦ ମିଲିଗ୍ରାମ ଟାବଲେଟ୍ ଖାଇଥିଲେ | ଏହା ବଜାରରେ ଭାଏଗ୍ରା ନାମରେ ବିକ୍ରି ହୁଏ | ଏହି ଭାଏଗ୍ରା ଖାଇଥିବା ବ୍ୟକ୍ତିଙ୍କର ପୂର୍ବରୁ କୌଣସି ସର୍ଜରୀ ବା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ଭଳି ରିପୋର୍ଟ ନଥିଲା | କିନ୍ତୁ ପରଦିନ ସକାଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା। ସେ ବାନ୍ତି କଲେ। ମହିଳା ବନ୍ଧୁ ତାଙ୍କୁ ଡାକ୍ତରଙ୍କ ପାଖକୁ ନେବାକୁ କହିଥିଲେ, କିନ୍ତୁ ପୂର୍ବରୁ ଏମିତି ତାଙ୍କ ସହ ଘଟିଥିବାର ସେ କହିଥଲେ। କିଛି ସମୟ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଗଲା।