ଢାକା: ବିଲ୍‌ଡିଂରେ ବିସ୍ଫୋରଣ; ୧୪ ମୃତ, ୧୦୦ରୁ ଅଧିକ ଆହତ

ବାଂଲାଦେଶର ରାଜଧାନୀ ଢାକାରେ ଥିବା ଏକ ୭ ମହଲା କୋଠାରେ ମଙ୍ଗଳବାର ଅପରାହ୍ଣରେ ବିସ୍ଫୋରଣ ଘଟି ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି।

ରିପୋର୍ଟରୁ ପ୍ରକାଶ, ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୪ଟା ୫୦ରେ ହୋଇଥିବା ଏହି ବିସ୍ଫୋରଣ ପରେ ଅନେକ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରଣ ପରେ ଲାଗିଥିବା ନିଆଁକୁ ଆୟତ୍ତକୁ ଆଣିବା ପାଇଁ ଚେଷ୍ଟା କରିଥିଲେ। ତେବେ ବିସ୍ଫୋରଣର କାରଣ ଅଦ୍ୟାବଧି ଜଣାପଡ଼ିନାହିଁ।