ଚୀନ ଓ ପାକିସ୍ତାନ ସହ ଭାରତର ଯୁଦ୍ଧ ଆଶଙ୍କା ବଢୁଛି : ଆମେରିକୀୟ ଗୁଇନ୍ଦା ରିପୋର୍ଟ

ଚୀନ ଓ ପାକିସ୍ତାନ ଉସୁକାଇଲେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେବ ନାହିଁ ବୋଲି ଆମେରିକା ଗୁଇନ୍ଦା ବିଭାଗ ରିପୋର୍ଟରେ କୁହାଯାଇଛି । ବିଶେଷକରି ଭାରତ-ଚୀନ ମଧ୍ୟରେ ସଂଘର୍ଷ ହେଲେ ତାହା ଆମେରିକାର ହିତ ପ୍ରତି ବିପଦ ସୃଷ୍ଟି କରିବ ବୋଲି ରିପୋର୍ଟରେ କୁହାଯାଇଛି ।

ଆମେରିକା ଗୁଇନ୍ଦା ବିଭାଗର ବାର୍ଷିକ ବିପଦ ଆକଳନ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସାମରିକ ଶକ୍ତି ସହ ପାକିସ୍ତାନର ଉତ୍ତେଜନାର ଜବାବ ଦେବାର ସମ୍ଭାବନା ଅଧିକ ରହିଛି। ଏଥିସହିତ ଭାରତ ଓ ଚୀନ ମଧ୍ୟରେ ବଢୁଥିବା ସୀମା ବିବାଦ ମଧ୍ୟ ଦୁଇ ପରମାଣୁ ଶକ୍ତିଧର ଦେଶଙ୍କ ମଧ୍ୟରେ ସଶସ୍ତ୍ର ସଂଘର୍ଷର ଆଶଙ୍କା ବଢ଼ାଉଛି ।