‘ଏଚ୍୩ଏନ୍୨’ ଇନ୍ଫ୍ଲୁଏଞ୍ଜା ଭୂତାଣୁ ସଂକ୍ରମଣ ଯୋଗୁଁ ଭାରତର ହରିୟାଣା ଏବଂ କର୍ଣ୍ଣାଟକରେ ୨ଜଣଙ୍କର ମୃତ୍ୟୁ ଘଟିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ପ୍ରଥମ ମୃତ୍ୟୁ କର୍ଣ୍ଣାଟକ ଏବଂ ଦ୍ବିତୀୟ ମୃତ୍ୟୁ ହରିୟାଣାରେ ହୋଇଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
ପିଟିଆଇ’ ରିପୋର୍ଟ ଅନୁସାରେ, କର୍ଣ୍ଣାଟକରେ ‘ଏଚ୍୩ଏନ୍୨’ ଭୂତାଣୁଦ୍ବାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ପ୍ରଥମ ବ୍ୟକ୍ତିଜଣକ ହେଉଛନ୍ତି ଜଣେ ୮୨ ବର୍ଷିୟ ବୃଦ୍ଧ।
କର୍ଣ୍ଣାଟକ ଅନ୍ତର୍ଗତ ହସନ୍ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶିବସ୍ବାମୀ ଡି.ଏନ୍.ଙ୍କ କହିବା ଅନୁସାରେ, ମାର୍ଚ ୧ ତାରିଖ ଦିନ ହିରେ ଗୌଡ଼ା ନାମକ ଉକ୍ତ ବ୍ୟକ୍ତିଙ୍କର ଏହି ଭୂତାଣୁ ଯୋଗୁଁ ମୃତ୍ୟୁ ଘଟିଛି। ସେ ‘ଏଚ୍୩ଏନ୍୨’ ଭୂତାଣୁଦ୍ବାରା ସଂକ୍ରମିତ ହୋଇଥିଲେ ବୋଲି ୬ ତାରିଖ ଦିନ ଜଣାପଡ଼ିଥିଲା।