ବାପାଙ୍କ ଦ୍ବାରା ‌ଯୌନ ଶୋଷଣର ଶିକାର ହୋଇଥିଲେ ଦିଲ୍ଲୀ ମହିଳା କମିଶନ ମୁଖ୍ୟ

ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ବାତୀ ମାଲିୱାଲ ଗତ ଶନିବାର ତାଙ୍କ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

ସ୍ବାତୀ କହିଛନ୍ତି, ‘ଯେତେବେ‌ଳେ ମୁଁ ଛୋଟ ଥିଲି, ଅର୍ଥାତ ୪ର୍ଥ ଶ୍ରେଣୀ‌ରେ ପାଠ ପଢ଼ୁଥିଲି। ମୋର ବାପା ମୋତେ ଯୌନ ନିର୍ଯାତନା ଦେଉଥିଲେ। ସେ ମୋତେ ଖୁବ ମାଡ଼ ମାରୁଥିଲେ। ଏହାକୁ ଭୟକରି ମୁଁ ପ୍ରାୟତଃ ଖଟ ତଳେ ଲୁଚି ରହୁଥିଲି। ଆଉ ସେହି ବିଛଣା ତଳେ ରାତିରାତି ରହି ଭାବୁଥାଏ ଏମିତି ମହିଳା ଓ ପିଲାଙ୍କୁ ନିର୍ଯାତନା ଦେଉଥିବା ଲୋକଙ୍କୁ କେମିତି ପାନେ ଦେବି।’

‘ବାପା ଯେତେବେଳେ ବି ମୋତେ ମାଡ଼ ମାରିବାକୁ ଆସନ୍ତି ମୋ କେଶକୁ ଧରି କାନ୍ଥରେ ପିଟି ଦେଇଥାଆନ୍ତି। ଏହି ମାଡ଼ ଖାଇବା ପରେ ମୋ ମୁଣ୍ଡ ଫୁଲିଯିବା‌ ସହିତ ରକ୍ତ ବି ବାହାରିଥାଏ। ବହୁତ ଯନ୍ତ୍ରଣା ହୋଇଥାଏ। ମୁଁ ଜାଣିଛି ଯେତେବେଳେ କୌଣସି ବ୍ୟକ୍ତି ଅତ୍ୟାଚାର ସହିଥାଏ, ସିଏ ବି ଅନ୍ୟର କଷ୍ଟକୁ ଅନୁଭବ କରିପାରିଥାଏ। ମା’ ଓ ପରିବାରର ଅନ୍ୟ ସଦସ୍ୟଙ୍କ କାରଣରୁ ସେ  ଭୟାବହ ପରିସ୍ଥିତିରୁ ମୁଁ ମୁକୁଳି ପାରିଥିଲି। ଆଉ ଆଜି ଯାହା ବି ହୋଇଛି ସବୁ ସେମାନଙ୍କ ପାଇଁ ସମ୍ଭବ ହୋଇପାରିଛି।’