କୋଲକାତାରୁ ୪ ଜଣ ବାଂଲାଦେଶୀ ବେଆଇନ ଅନୁପ୍ରବେଶକାରୀଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ଏସଟିଏଫ

ବିନା ବୈଧ କାଗଜପତ୍ରରେ ଅନ୍ୟ ପ୍ରବାସୀଙ୍କୁ ଦେଶ ଭିତରକୁ ପ୍ରବେଶ କରାଇବା ଅଭିଯୋଗରେ ବାଂଲାଦେଶର ୪ ଜଣ ବେଆଇନ ପ୍ରବାସୀଙ୍କୁ ଶନିବାର କୋଲକାତାର ସଲ୍‌ଟଲେକ୍‌ ସେକ୍ଟର-୫ରୁ ଗିରଫ କରାଯାଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ବିନା ବୈଧ କାଗଜପତ୍ରରେ ଅନ୍ୟ ବିଦେଶୀ ପ୍ରବାସୀଙ୍କୁ ଦେଶ ଭିତରକୁ ପ୍ରବେଶ କରାଇବା ଅଭିଯୋଗରେ ପଶ୍ଚିମବଙ୍ଗ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) କୋଲକାତାର ସଲ୍‌ଟଲେକ୍‌ ସେକ୍ଟର-୫ ଅଞ୍ଚଳରେ ବାଂଲାଦେଶରୁ ଆସିଥିବା ୪ ଜଣ ବେଆଇନ ପ୍ରବାସୀଙ୍କୁ ଗିରଫ କରିଛି।

ଏସ୍‌ଟିଏଫ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଅନ୍ୟ ବାଂଲାଦେଶୀ ନାଗରିକଙ୍କୁ ଭାରତରେ ଅନୁପ୍ରବେଶ କରାଇବାରେ ସାହାଯ୍ୟ କରୁଥିଲେ। ଅଭିଯୁକ୍ତମାନେ ବାଂଲାଦେଶୀ ନାଗରିକମାନଙ୍କୁ ନକଲି ଭାରତୀୟ ଦସ୍ତାବିଜ ହାସଲ କରିବା ଏବଂ ଦେଶର ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରିବାରେ ମଧ୍ୟ ସାହାଯ୍ୟ କରିଥିଲେ।