ସ୍ବାଧୀନତା ପୂର୍ବର ଏହି କୁପ୍ରଥାକୁ ଦୂରେଇବାକୁ ଚାହିଁଥାନ୍ତେ ବୋଲି ୫ମ ଶ୍ରେଣୀ ପିଲାର ଉତ୍ତର ହେଉଛି ଭାଇରାଲ୍‌

ବେଳେ ବେଳେ ଆମେ ଛୋଟ ପିଲା ବୋଲି ଭାବି ଅନେକ ପିଲାଙ୍କ ଭାବନାକୁ ବହୁତ ହାଲୁକା‌ରେ ନେଇଥାନ୍ତି। ମାତ୍ର ସବୁବେଳେ କିନ୍ତୁ ପିଲାମାନେ ଅଣଦେଖା କରିବା ପରି କଥା କହିନଥାନ୍ତି। ପିଲାମାନେ ବେଳେ ବେଳେ ବଡ଼ ଲୋକଙ୍କୁ ବି ଶିକ୍ଷା ଦେଇଦିଅନ୍ତି। ନିକଟରେ ସୋସିଆଲ୍‌ ମିଡିଆରେ ଜଣେ ୫ମ ଶ୍ରେଣୀ ପିଲାର ପରୀକ୍ଷାରେ ଦେଇଥିବା ଉତ୍ତର ଭାଇରାଲ୍‌ ହୋଇଛି। ଯାହାକୁ ପଢ଼ିଲେ ଆପଣ ବି ପ୍ରଶଂସା କରିବସିବେ।

ଯଦି ଆପଣ କିଛି ମଜାଳିଆ ଏବଂ ମନକୁ ଖୁସି ଦେବା ପରି ପୋଷ୍ଟ୍‌ ପଢ଼ିବାକୁ ଚାହୁଁଛନ୍ତି ତ ଆପଣଙ୍କ ପାଇଁ ଏହି ପୋଷ୍ଟ୍‌ଟି ଉପଯୁକ୍ତ ସାବ୍ୟସ୍ତ ହେବ। ସ୍ବାଧୀନତା ପୂର୍ବରୁ ସମାଜ‌ରେ ଚାଲୁଥିବା କେଉଁ କୁପ୍ରଥାକୁ ଆପଣ ଦୂରେଇବାକୁ ଚାହିଁବେ ବୋଲି ଉଲ୍ଲେଖ ଥିବା ଏକ ପ୍ରଶ୍ନର ଉତ୍ତର ଦେଇ ବାଳକ ଜଣକ ଯାହା ଲେଖିଥିଲେ ତାହା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛ।