ବଢୁଥିବା କରୋନା ସଂକ୍ରମଣକୁ ନେଇ ନୂଆ ପରାମର୍ଶ ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ, ଏପ୍ରିଲ ୧୦-୧୧ରେ ମକଡ୍ରିଲ୍

ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବର୍ତ୍ତମାନ ସୁଦ୍ଧା ସକ୍ରିୟ ସଂକ୍ରମଣ ସଂଖ୍ୟା ୮ ହଜାର ଟପିଯାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସକ୍ରିୟ ହେବା ସହ ରାଜ୍ୟମାନଙ୍କୁ ପରାମର୍ଶ ଜାରି କରିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ମାମଲା ଉପରେ ନଜର ରଖାଯାଇଛି , ବର୍ତ୍ତମାନ ଚିନ୍ତା କରିବାର କିଛି ନାହିଁ, କିନ୍ତୁ ଫେବ୍ରୁଆରି ପରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ସେ ସମସ୍ତ ରାଜ୍ୟକୁ ଚିଠି ଲେଖି କରୋନା ର ବଢୁଥିବା ମାମଲାକୁ ନେଇ ସତର୍କ ରହିବାକୁ କହିଛନ୍ତି । ଏହା ସହିତ ଆଗକୁ ସ୍ଥିତି ଖରାପ ହେବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।