ଗର୍ଭନଷ୍ଟ ପରେ ରକ୍ତସ୍ରାବ ହେବାରୁ ଏକାକୀ ଡାକ୍ତରଖାନା ଯାଇଥିଲେ ସ୍ମୃତି

ଏବେ ରାଜନେତ୍ରୀ ଭାବେ ରାଜ୍ କରୁଥିବା ସ୍ମୃତି ଇରାନୀ ଦିନେ ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ଥିଲେ। ‘କ୍ୟୁକି ଶାଶ୍ ଭି କଭି ବହୁ ଥି’ରେ ତୁଲସୀ ଚରିତ୍ରରେ ନଜର ଆସି ସେ ଘରେ ଘରେ ଲୋକପ୍ରିୟ ହୋଇଥିଲେ। ସେ ୭ବର୍ଷ ଏହି ଧାରାବାହିକରେ କାମ କରିଥିବା ବେଳେ ୨୦୦୭ରେ ଏହି ସୋ’ ଛାଡିଥିଲେ। ଧାରାବାହିକଟି ୨୦୦୮ରେ ବନ୍ଦ ହୋଇଥିବା ବେଳେ ଏବେ ସେ ସମୟର ଅନୁଭୂତିକୁ ସେୟାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ।

ସ୍ମୃତି କହିଛନ୍ତି ଯେ, ‘‘କ୍ୟୁକି ଶାଶ୍ ଭି କଭି ବହୁ ଥି’ରେ କାମ କରୁଥିବା ବେଳେ ମୁଁ ଗର୍ଭବତୀ ଥିଲି। ଦିନେ ହଠାତ୍ ମୋର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। କାମରୁ ବିରତି ଦେବା ପାଇଁ ନିର୍ମାତାଙ୍କୁ ମୁଁ ଅନୁରୋଧ କରିବା ପରେ ସେ ମୋତେ ଛାଡୁ ଛାଡୁ ସନ୍ଧ୍ୟା ହୋଇଯାଇଥିଲା। ଡାକ୍ତର ମୋର ସମସ୍ୟା ଜାଣି ମୋତେ ସୋନୋଗ୍ରାଫି କରିବାକୁ କହିଥିଲେ। ବର୍ଷା ହେଉଥିବାରୁ ମୁଁ ଅଟୋରେ ଡାକ୍ତରଖାନା ବାହାରିଥିଲି। ବାଟରେ ମୋ‌ର ରକ୍ତସ୍ରାବ ହେବା ଆରମ୍ଭ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ନର୍ସ ମୋ ପାଖକୁ ଅଟୋଗ୍ରାଫ ନେବାକୁ ଦୌଡ଼ି ଆସିଥିଲେ।