କଟକ: ଆସନ୍ତା ଜୁଲାଇ ୬ ରେ ପ୍ରକାଶ ପାଇବ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ । ମାଟ୍ରିକ ପରୀକ୍ଷା ଫଳ ନେଇ ବୋର୍ଡ ପକ୍ଷରୁ ପ୍ରେସ୍ମିଟ୍ କରାଯାଇଛି । ଦିନ ୧ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । www.bseodisha.ac.inରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.nic.inରେ ପରୀକ୍ଷାଫଳ ଉପଲବ୍ଧ ହେବ । ସେହିପରି ପରୀକ୍ଷାର୍ଥୀ ମାନେ ମଧ୍ୟ ମୋବାଇଲ ମାଧ୍ୟମରେ ଫଳାଫଳ ଜାଣିପାରିବେ।ନିଜର ମୋବାଇଲ ରୁ OR10 ଏବଂ ନିଜର ରୋଲ ନମ୍ବର କୁ ଟାଇପ କରି 5676750 କୁ ପଠାଇଲେ ଫଳାଫଳ ଜାଣିହେବ ବୋଲି ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହାର ଉଦ୍ଘାଟନ କରିବେ । ପରୀକ୍ଷା ପରିଚାଳନା କମିଟି ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରଥମେ ଅନୁମୋଦନ କରିବେ । ପରେ ପରୀକ୍ଷାଫଳ ପ୍ରକାଶ ପାଇବ । ।www.bseodisha.ac.in ଏବଂ www.bseodisha.nic.in ବୋର୍ଡ ୱେବ ସାଇଟରେ ପରୀକ୍ଷାର୍ଥୀ ମାନେ ଫଳାଫଳ ଜାଣିପାରିବେ। ଅପରାହ୍ନ ୨ ଟାରୁ ଏହା ୱେବ ସାଇଟରେ ଉପଲବ୍ଧ ହେବ ।