ଏକ ଘଣ୍ଟା ଭିତରେ ଚିହ୍ନଟ ହେବ କରୋନାର ସବୁ ଭାରିଆଣ୍ଟ

ନୂଆଦିଲ୍ଲୀ: କରୋନା ପ୍ରକୋପକୁ ପ୍ରାୟ ତିନି ବର୍ଷ ପୂରିବାକୁ ଯାଉଛି, ଏବେ ବି ବିଶ୍ୱ ଏହା ସହ ଲଢେଇ କରୁଛି । ଏହାରି ଭିତରେ ଆମେରିକାର ବୈଜ୍ଞାନିକମାନେ ଏକ ରାପିଡ୍ କୋଭିଡ-୧୯ ଟେଷ୍ଟ କିଟ୍ ବିକଶିତ କରିଛନ୍ତି । ଏହି ଟେଷ୍ଟିଂ କିଟ୍ ଜରିଆରେ ମାତ୍ର ଏକ ଘଣ୍ଟା ଭିତରେ କରୋନା ସବୁ ପ୍ରଜାତିଙ୍କୁ ଚିହ୍ନଟ କରାଯାଇ ପାରିବ । କୋଭାରସ୍କାନ ନାମକ ଏହି ରାପିଡ୍ ଟେଷ୍ଟିଂ କିଟ୍ SARS-CoV-2 ଭୂତାଣୁର ସମସ୍ତ ଭାରିଆଣ୍ଟରୁ ଚିହ୍ନଟ କରିବାରେ ସଫଳ ହୋଇଛି ।

ଆମେରିକାର ୟୁନିଭର୍ସିଟି ଅଫ୍ ଟେକ୍ସାସ ଗବେଷକମାନେ କୋଭାରସ୍କାନକୁ ବିକଶିତ କରିଛନ୍ତି । ୪,୦୦୦ରୁ ଅଧିକ ରୋଗୀଙ୍କ ନମୂନା ଏହି କିଟରେ ପରୀକ୍ଷଣ କରାଯାଇଥିଲା । ବେଗଷକମାନେ ନିଜର ଅଧ୍ୟୟନକୁ କ୍ଲିନିକାଲ କେମେଷ୍ଟ୍ରୀ ଜର୍ଣ୍ଣାଲରେ ପ୍ରକାଶିତ କରିଛନ୍ତି ।