ସଲମାନଙ୍କୁ ହତ୍ୟା ଧମକ ଦେଇ ଇ-ମେଲ୍ ପଠାଇଥିବା ଅଭିଯୁକ୍ତ ଗିରଫ

ସଲମାନଙ୍କୁ ହତ୍ୟା ଧମକ ଦେଇ ଇ-ମେଲ୍ ପଠାଇଥିବା ଅଭିଯୁକ୍ତ ଗିରଫ। ରବିବାର ମୁମ୍ବାଇ ପୁଲିସ ସହ ମିଳିତ ସର୍ଚ୍ଚ ଅପରେସନ କରି ଯୋଧପୁର ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଯୋଧପୁରର ଲୁନି ପୁଲିସ ଷ୍ଟେସନ ଏସଏଚଓ ଇଶ୍ୱର ଚାନ୍ଦ ପାରିକ୍ କହିଛନ୍ତି ଯେ ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ ମିଳିବା ପରେ ମାର୍ଚ୍ଚ ୧୮ରେ ମୁମ୍ବାଇର ବାନ୍ଦ୍ରା ପୁଲିସ ଷ୍ଟେସନରେ ଏତଲା ପଞ୍ଜିକୃତ ହୋଇଥିଲା। ଏତଲା ପଞ୍ଜିକୃତ ହେବା ପରେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଥିଲା ଯେ ରାଜସ୍ଥାନର ଯୋଧପୁରରୁ ଏହି ଇମେଲ ପଠାଯାଇଛି । ପରେ ଏହି ସୂଚନା ଯୋଧପୁର ପୁଲିସକୁ ପଠାଯାଇଥିଲା। ଯୋଧପୁର ପୁଲିସ ଅଧିକ ଅନୁସନ୍ଧାନ କରି ଜାଣିଥିଲା ଯେ ଯୋଧପୁରର ସିଆଗୋ କି ଧାନୀରେ ରହୁଥିବା ଧାକଡରାମ ବିଷ୍ଣୋଇଙ୍କ ଦ୍ୱାରା ଏହି ଇମେଲ ପଠାଯାଇଛି। ଏହି ସୂଚନା ପାଇବା ପରେ ମୁମ୍ବାଇ ଓ ଯୋଧପୁର ପୁଲିସ ମିଳିତ ସର୍ଚ୍ଚ ଅପରେସନ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି।