ଖଲିସ୍ତାନ ସମର୍ଥକଙ୍କ ବିକ୍ଷୋଭ ପ୍ରସଙ୍ଗରେ କାନାଡା ରାଷ୍ଟ୍ରଦୂତଙ୍କୁ ଡକାଇ ଜବାବ ମାଗିଲା ଭାରତ

କାନାଡାରେ ଥିବା ଭାରତୀୟ ଦୂତାବାସ ଓ ବାଣିଜ୍ୟ ଦୂତାବାସ ଆଗରେ ଖଲିସ୍ତାନୀ ସମର୍ଥକଙ୍କ ବିକ୍ଷୋଭକୁ ନେଇ ଭାରତ ସରକାର କ୍ଷୁବ୍ଧ ହୋଇଛନ୍ତି । ଏସବୁ ଘଟଣାକୁ ନେଇ ଭାରତ ସରକାର କାନାଡା ହାଇକମିଶନର କ୍ୟାମେରନ ମ୍ୟାକେଙ୍କୁ ଡକାଇ ଜବାବ ତଲବ କରିଛନ୍ତି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ପୁଲିସ ଉପସ୍ଥିତି ସତ୍ତ୍ୱେ ବିଚ୍ଛିନ୍ନତାବାଦୀ ଏବଂ ଉଗ୍ରବାଦୀ ତତ୍ତ୍ୱମାନଙ୍କୁ ଭାରତର କୂଟନୈତିକ ମିଶନ ଏବଂ ଦୂତାବାସର ସୁରକ୍ଷା ଉଲ୍ଲଂଘନ କରିବାକୁ କିପରି ଅନୁମତି ଦିଆଗଲା ସେ ନେଇ ଶନିବାର ଦିନ ମାକେଙ୍କୁ ସମନ କରି ସ୍ପଷ୍ଟୀକରଣ ମଗାଯାଇଛି ।
ଖାଲିସ୍ତାନ ସମର୍ଥକଙ୍କ ହିଂସାତ୍ମକ ପ୍ରତିବାଦ ପରେ ରବିବାର ବ୍ରିଟିଶ କଲମ୍ବିଆ ପ୍ରଦେଶରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ କାନାଡାରେ ଅବସ୍ଥାପିତ ଭାରତୀୟ ହାଇକମିଶନର ସଞ୍ଜୟ କୁମାର ବର୍ମା ଯୋଗ ଦେଇପାରିନଥିଲେ । ବିକ୍ଷୋଭ ସମ୍ପର୍କରେ ରିପୋର୍ଟିଂ କରିବାକୁ ସେଠାରେ ପହଞ୍ଚିଥିବା ଭାରତୀୟ ବଂଶୋଦ୍ଭବ ସାମ୍ବାଦିକ ସମୀର କୌଶଲଙ୍କୁ ମଧ୍ୟ ବିକ୍ଷୋଭକାରୀମାନେ ଆକ୍ରମଣ କରିଥିଲେ ।