କେମିକାଲ ଫ୍ୟାକ୍ଟ୍ରିରେ ବଡ଼ଧରଣର ବିସ୍ଫୋରଣ: ଖଣ୍ଡଖଣ୍ଡ ହୋଇଗଲେ ୪ଜଣ ଶ୍ରମିକ

ଉତ୍ତରପ୍ରଦେଶର ବୁଲନ୍ଦଶାହରରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ମୃତକ ୪ଜଣ ଏହି ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ କରୁଥିଲେ। ବିସ୍ଫୋରଣ ଏତେ ଜୋରରେ ହୋଇଯାଇଥିଲା କି ମୃତକଙ୍କ ଶରୀର ଖଣ୍ଡଖଣ୍ଡ ହୋଇ ଏ‌ଣେତେଣେ ଝିଟିକି ପଡ଼ିଥିଲା।

ସୂଚନାନୁଯାୟୀ, ବିସ୍ଫୋରଣ ଏତେ ଜୋର୍‌ ଥିଲା ଯେ, ପାଖାପାଖି ୨ କିଲୋମିଟର ଯାଏ ଏହାର ଶଦ୍ଦ ଶୁଣାଯାଇଛି। ଏଥିସହ ଆଖପାଖ ଅଞ୍ଚଳରେ ଥିବା ଘରର କବାଟ,ଝରକା କାଚ ମଧ୍ୟ ଭାଙ୍ଗିଯାଇଛି। ଏହି ବିସ୍ଫୋରଣ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ବିସ୍ଫୋରଣ ପରେ ଧ୍ବଂସସ୍ତୂପ ତଳୁ ୪ଜଣ ଲୋକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରୁଛି। ୪ଜଣ ମୃତକଙ୍କ ମଧ୍ୟରେ ରହିଛି ଅଭି‌ଷେକ ବୟସ ୨୦ବର୍ଷ, ରଇସ ବୟସ ୪୦ ବର୍ଷ ଓ ଅନ୍ୟ ଦୁଇଜଣଙ୍କ ନାମ ଆହଦ ଓ ବିନୋଦ ଥିବା ଜଣାପଡ଼ିଛି।