ହାଓଡ଼ାରୁ ଥମୁନି ହିଂସା: ଆଜି ପୁଣି ଥରେ ପଥରମାଡ଼, ସାମ୍ବାଦିକ ଆହତ

ଗତକାଲି ରାମ ନବମୀରେ ପଶ୍ଚିମବଙ୍ଗର ହାଓଡ଼ା, ଗୁଜରାଟ ବଡ଼ୋଦରା ସହରର ଫତେପୁରା ଅଞ୍ଚଳରେ ଓ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରର କିରାଡ଼ପୁରାରେ ହିଂସା ଦେଖିବାକୁ ମିଳିଥିଲା। ଏହି ସବୁ ଅଞ୍ଚଳ‌ରେ ପଥର ଫିଙ୍ଗାରୁ ନେଇ ଅନେକ ଗାଡ଼ିକୁ ପୋଡ଼ାଯାଇଥିବା ଭିଡ଼ିଓ ଦେଖିବାକୁ ମିଳିଥିଲା।

ଘଟଣା ଘଟିବାର ଦିନକ ପରେ ଏବେ ମଧ୍ୟ ସ୍ଥିତି ଉ‌‌ତ୍ତେଜନାମୂଳକ ରହିଛି। ଆଜି ପୁଣି ଥରେ ପଶ୍ଚିମବଙ୍ଗର ହାଓଡ଼ାରେ ହିଂସା ଉପୁଜିଛି। ରାମ ନବମୀରେ ‌ଶୋଭାଯାତ୍ରା ସମୟରେ ହାଓଡ଼ାର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା।

ଏବେ ବି ସେହି ହିଂସା ଜାରି ରହିଥିବା ବେଳେ ଆଜି ହୋଇଥିବା ପଥର ଫିଙ୍ଗା ଘଟଣ‌ାରେ ଟାଇମ୍ସ ନେଟ୍‌ୱର୍କର ଜଣେ ଗଣମାଧ୍ୟମ ପ୍ରନିତିଧି ଆହତ ହୋଇଛନ୍ତି। ଏହି ଘଟଣାକୁ ଦିନଟିଏ ବିତି ଯାଇଥିଲେ ବି ଏଯାଏ ପରିସ୍ଥିତି ଥଣ୍ଡା ପଡ଼ିନାହିଁ।