ବେଙ୍ଗାଲୁରୁରେ ପ୍ରବଳ ବର୍ଷା ବିମାନ ଚଳାଚଳ ଠପ୍‌

ମଙ୍ଗଳବାର ସନ୍ଧ୍ୟାରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ସହର ଉପକଣ୍ଠ ଦେବନହଲ୍ଲୀରେ ପ୍ରବଳ ବର୍ଷା ଏବଂ ଖରାପ ପାଗ ହେବା ଯୋଗୁଁ ବିମାନ ଚଳାଚଳ ସଂପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।

ପ୍ରବଳ ବର୍ଷା କାରଣରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବାରୁ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ୮ଟି ଘରୋଇ ବିମାନକୁ ଚେନ୍ନାଇକୁ ଡାଇଭର୍ଟ କରାଯାଇଥିବା ବେଳେ ୬ଟି ବିମାନ ବିଳମ୍ବରେ ଉଡ଼ାଣ କରିଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଅପରାହ୍ନ ୪ଟା ୫ରୁ ୪ଟା ୫୧ ପର୍ଯ୍ୟନ୍ତ ପ୍ରବଳ ପବନ ଓ ବଜ୍ରପାତ ସହ ପ୍ରବଳ ବର୍ଷା ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା। ୮ଟି ଘରୋଇ ବିମାନକୁ ଚେନ୍ନାଇକୁ ଡାଇଭର୍ଟ କରାଯାଇଥିବା ବେଳେ ୬ଟି ଉଡ଼ାଣ ବିମାନ ବିଳମ୍ବିତ ହୋଇଛି ବୋଲି ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି।

ସଂପୃକ୍ତ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ ପରିସ୍ଥିତି ସ୍ୱାଭାବିକ ହେବାପରେ କାର୍ଯ୍ୟ ଆରମ୍ଭ ହେବ।
ଚେନ୍ନାଇକୁ ଡାଇଭର୍ଟ କରାଯାଇଥିବା ବିମାନଗୁଡ଼ିକରେ ଇନ୍ଧନ ଭର୍ତ୍ତି କରାଯାଉଛି ଏବଂ ସେଗୁଡ଼ିକ ଖୁବ୍‌ ଶୀଘ୍ର ବେଙ୍ଗାଲୁରୁ ଫେରିବ ବୋଲି ସେ କହିଛନ୍ତି।