୨୦୨୨-୨୩ରେ ନୋଏଡା ଗୌତମବୁଦ୍ଧ ନଗରର ବାସିନ୍ଦା ପିଇଛନ୍ତି ୧,୬୫୨ କୋଟି ଟଙ୍କାର ମଦ!

ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗରର ବାସିନ୍ଦାମାନେ ୨୦୨୨-୨୩ ଆର୍ଥିକ ବର୍ଷରେ ୧,୬୫୨ କୋଟି ଟଙ୍କାର ମଦ ପିଇଛନ୍ତି। ଯାହାକି ୨୦୨୦ରେ କୋଭିଡ୍‌-୧୯ ବ୍ୟାପିବା ପରଠାରୁ ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ରାଜସ୍ୱ।

ସେହିପରି ଏହି ସମୟ ମଧ୍ୟରେ ନୋଏଡା ଓ ଗ୍ରେଟର ନୋଏଡା ସମେତ ଗୌତମବୁଦ୍ଧ ନଗରରେ ଅବକାରୀ ବିଭାଗ ବେଆଇନ ମଦ କାରବାର ଉପରେ ଚଢ଼ଉ କରି ୫୦ ହଜାର ଲିଟରରୁ ଅଧିକ ବେଆଇନ ମଦ ଜବତ କରିବା ସହ ୩୬୦ ଜଣଙ୍କୁ ଗିରଫ କରିଥିଲା। ଅବକାରୀ ତଥ୍ୟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅବକାରୀ ରାଜସ୍ୱ ଲକ୍ଷ୍ୟ ୧,୮୨୮ କୋଟି ଟଙ୍କା ଥିବା ବେଳେ ୨୦୨୨ ଏପ୍ରିଲ ପହିଲାରୁ ୨୦୨୩ ମାର୍ଚ୍ଚ ୩୧ ମଧ୍ୟରେ ୧,୬୫୨ କୋଟି ଟଙ୍କା (୯୦.୩୭%) ରାଜସ୍ୱ ଆଦାୟ ହୋଇଛି। ୨୦୨୧-୨୨ରେ ରାଜସ୍ୱ ୧୩୪୬ କୋଟି ଟଙ୍କା ଥିବା ବେଳେ ୨୦୨୦-୨୧ରେ ଏହା ୧,୦୧୯ କୋଟି ଟଙ୍କା ଥିଲା।