ନୂଆ ଘର ଦେଖିବାକୁ ଗଲେ ଆଲିଆ

ବଲିଉଡ୍‌ର ଲଭ୍‌-ବ‌ାର୍ଡ ଆଲିଆ ଭଟ୍ଟ ଓ ସ୍ବାମୀ ରଣବୀର କପୁର ନିଜ ପାଇଁ ଏକ ନୂଆ ଘର କିଣୁଥିବା ଖବର ହସ୍ତଗତ ହୋଇଛି। ଜାଣିବାକୁ ମିଳିଛି ଯେ ଏହି ପ୍ରେମ ପକ୍ଷୀ ଦ୍ବୟ ମୁମ୍ବାଇର ବାନ୍ଦ୍ରାରେ ନିଜ ପାଇଁ ନୂଆ ଠିକଣାର ବନ୍ଦୋବସ୍ତ କରୁଛନ୍ତି। ଅଭିନେତ୍ରୀ ନିଜ ନୂଆ ଘର ଦେଖିବା ପାଇଁ ଯିବା ବେଳେ କ୍ୟାମେରାରେ କଏଦ ହୋଇଛନ୍ତି। ସେ ଏକ ଧଳା ରଂଗର ଟି-ସାର୍ଟ ଓ ନୀଳ ରଂଗର ଜିନ୍‌ସ ପିନ୍ଧି ତାଙ୍କ ନୂଆ ଘରକୁ ବୁଲି ଦେଖିବାକୁ ଯାଇଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ରଣବୀର ଓ ଆଲିଆଙ୍କର ଏହି ନୂଆ ଘରର ନାମ କୃଷ୍ଣା ରାଜ୍‌। ସେ ଗତ ବର୍ଷଠାରୁ ନିଜର ଏହି ନୂଆ ଘର ତିଆରି କାମ ଆରମ୍ଭ କରିଥିଲେ। ଆଲିଆ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବା ପରେ ଏହି ଘରକୁ ଯିବାର ଯୋଜନା କରିଥିଲେ। ହେଲେ ଗତବର୍ଷ ୨୦୨୨ ମସିହାରେ ସେମାନଙ୍କ ଝିଅ ରାହା ଜନ୍ମ ହେଲା ବେଳକୁ ଏହି ଘର ନିର୍ମାଣ ପୂରା ହୋଇ ପାରିନଥିଲା।