ଏବେ କେଜ୍ରିୱାଲଙ୍କ ପାଳି, ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସମନ ପଠାଇଲା ସିବିଆଇ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଫସିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସିବିଆଇ ଦ୍ବାରା ରୁଜୁ ହୋଇଥିବା ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଥିବା ବେଳେ ଏବେ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ସମନ ପଠାଇଛି ସିବିଆଇ। ସମନ ପଠାଇ କେଜ୍ରିୱାଲଙ୍କୁ ରବିବାର କାର୍ଯ୍ୟାଳୟରେ ହାଜର ହେବାକୁ କହିଛି ସିବିଆଇ।

ସିବିଆଇର ଏହି ସମନକୁ ନେଇ ଆପ୍ କିଛି ସମୟ ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ କରିବ ବୋଲି ସୂଚନା ମିଳିଛି। ସଞ୍ଜୟ ସିଂ ଟ୍ୱିଟ୍ କରି ଏହାକୁ ଏକ ଅତ୍ୟାଚାର ବୋଲି କହିଛନ୍ତି। ସେ ଲେଖିଛନ୍ତି, “ଅତ୍ୟାଚାର ନିଶ୍ଚିତ ଭାବେ ଶେଷ ହେବ। ସିବିଆଇ ଦ୍ୱାରା ଅରବିନ୍ଦ କେଜ୍ରିୱାଲଙ୍କୁ ଡକାଯିବା ପ୍ରସଙ୍ଗରେ ମୁଁ ସନ୍ଧ୍ୟା ୬ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବି।”