ନେତା ଯାଆନ୍ତୁ ପଛେ, କର୍ମୀ ତ ବିଜେପି ସହ ଅଛନ୍ତି: ବୋମ୍ମାଇ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଦୁଇଟି ପର୍ଯ୍ୟାୟରେ ୨୧୨ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ତେବେ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ବିଜେପିର କିଛି ନେତା ଦଳ ଛାଡି ବିଦ୍ରୋହ କରିଛନ୍ତି | ଆଜି କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ କହିଛନ୍ତି ଯେ ବିଧାୟକ ହେବାକୁ ଇଚ୍ଛା କରୁଥିବା କିଛି ନେତା ହୁଏତ ରାସ୍ତା ବଦଳାଇଥିବେ, କିନ୍ତୁ କର୍ମୀମାନେ ଦଳ ସହ ଅଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବାକୁଥିବାବେଳେ ଭୋଟ୍ ଗଣତି ମେ ୧୩ରେ ହେବ | ବୋମ୍ମାଇ କହିଛନ୍ତି ଯେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ନେତାଙ୍କ ଲାଗି କୌଣସି ଫରକ ପଡିବ ନାହିଁ |