ଖଣ୍ଡିଏ ସେଲ୍ଫି ପାଇଁ ବ୍ରେଟ ଲିଙ୍କୁ ପିଛା କଲେ ଦୁଇ ଯୁବକ, ଆଶ୍ଚର୍ଯ୍ୟ ହୋଇଗଲେ ବୋଲର

ଅଷ୍ଟ୍ରେଲିଆର ଭେଟେରାନ ଫାଷ୍ଟ ବୋଲର ବ୍ରେଟ ଲି ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ଜଣେ ଆରସିବି ପ୍ରଶଂସକ ତାଙ୍କ କାରକୁ ପିଛା କରୁଥିବାର ନଜର ଆସିଛନ୍ତି। ବ୍ରେଟ ଲିଙ୍କ ସହ ସେଲଫି ପାଇଁ ଆରସିବି ପ୍ରଶଂସକ ଦୀର୍ଘ ସମୟ ଧରି କାରକୁ ପିଛା କରିଥିଲେ। ଏହି ସମୟରେ, ବ୍ରେଟ ଲି ଏବଂ ଆରସିବି ପ୍ରଶଂସକଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ଶୁଣିବାକୁ ମିଳୁଛି | ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପୂର୍ବତନ ବୋଲର ବ୍ରେଟ୍ ଲି ଏବେ ଆଇପିଏଲ୍ ପାଇଁ ଭାରତରେ ଅଛନ୍ତି। ବୁଧବାର ରାତିରେ ସେ ତାଙ୍କ କାରରେ ଯାଉଥିବାବେଳେ ରାସ୍ତାରେ ଜଣେ ଆରସିବି ପ୍ରଶଂସକ ତାଙ୍କୁ ଦେଖିଦେଇଥିଲେ | ଏହି ଆରସିବି ପ୍ରଶଂସକ ବ୍ରେଟ ଲିଙ୍କୁ ଦେଖିବା ମାତ୍ରେ ସେ ତାଙ୍କ ସହ ସେଲଫି ନେବାକୁ ଜିଦ୍ ଧରିଥିଲେ। ଆରସିବି ପ୍ରଶଂସକ ଆକ୍ଟିଭା ଚଳାଉଥିଲେ ଏବଂ କାରକୁ ପିଛା କରୁଥିଲେ। ଏଭଳି ପରିସ୍ଥିତିରେ ବ୍ରେଟ୍ ଲି ପ୍ରଥମେ ଏହି ପ୍ରଶଂସକଙ୍କୁ ଆରାମରେ ଗାଡି ଚଳାଇବାକୁ କହିଥିଲେ। ଏହା ପରେ ସେ ତୁମ ହେଲମେଟ କେଉଁଠାରେ ଅଛି ବୋଲି ମଧ୍ୟ ପଚାରିଥିଲେ।