ପାଇଲଟଜୀ, ଆପଣଙ୍କ ପାଳି‌ କେବେ ବି ଆସିବନି; ରାଜସ୍ଥାନ କଂଗ୍ରେସ ବିବାଦକୁ ନେଇ ଶାହଙ୍କ ବୟାନ

ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ବିବାଦ ବଢ଼ିଛି। ଏହି ବିବାଦକୁ ନେଇ ଏବେ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପାଇଲଟଜୀ, ତୁମ ପାଳି‌ କେବେ ବି ଆସିବ ନାହିଁ ବୋଲି କହିଛନ୍ତି ଅମିତ ଶାହ।

ଶନିବାର ଦିନ ରାଜସ୍ଥାନର ଭରତପୁରରେ ସଚିନ ପାଇଲଟଙ୍କୁ ସମର୍ଥନ କରି ଗୃହମନ୍ତ୍ରୀ କହିଛନ୍ତି ଯେ, ଯେତେ ଯାହା କଲେ ବି ସଚିନ ପାଇଲଟଙ୍କ ପାଳି କେ‌ବେ ବି ଆସିବ ନାହିଁ, କାରଣ କଂଗ୍ରେସର ଭଣ୍ଡାର ଭରିବାରେ ଅଶୋକ ଗେହଲୋଟଙ୍କ ଅବଦାନ ବହୁତ ଅଧିକ।

ଗୃହମନ୍ତ୍ରୀ ଅମିତ ଶାହଙ୍କ କହିବା ମୁତାବକ, “ପାଇଲଟଜୀ, ତୁମେ ଯାହା ବି କର, ତୁମର ପାଳି କେବେ ବି ଆସିବ ନାହିଁ। ତୃଣମୂଳ ସ୍ତରରେ ତୁମର ଅବଦାନ ଗେହଲୋଟଜୀଙ୍କଠାରୁ ଅଧିକ ଥାଇପାରେ, କିନ୍ତୁ ଗେହଲୋଟଜୀଙ୍କର ଅବଦାନ କଂଗ୍ରେସର ଭଣ୍ଡାର ଭରିବାରେ ଅଧିକ ଅଛି।”