ଟିକେଟ ନ ମିଳିବା ଅସନ୍ତୋଷକୁ ନେଇ ବିଜେପି ଛାଡିଲେ ଫାଇଟର ରବି

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମାସକରୁ କମ୍‌ ସମୟ ରହିଥିବା ବେଳେ କର୍ଣ୍ଣାଟକରେ ବିଜେପି ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ପ୍ରଥମ ଥର ପାଇଁ ବି‌ଜେପି ଭିତରେ ବଡ଼ ବିଦ୍ରୋହ ଦେଖିବାକୁ ମିଳିଛି। ଟିକେଟ ପାଇନଥିବା ନେତାମାନେ ଦଳ ବିରୋଧରେ ବିଦ୍ରୋହ କରିଥିବାରୁ ଏହା ବିଜେପିର ଅଙ୍କ ବିଗାଡ଼ି ଦେଇପାରେ। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବିଜେପି ୨୧୩ଟି ଆ‌ସନରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ଗତକାଲି କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଲକ୍ଷ୍ମଣ ସବାଦୀ କଂଗ୍ରେସରେ ଯୋଗ ଦେଇଥିଲେ । ଆଉ ଆଜି ବିଜେପି ନେତା ବିଏମ ମଲ୍ଲିକାର୍ଜୁନ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବିଏମ୍ ମଲ୍ଲିକାର୍ଜୁନା କର୍ଣ୍ଣାଟକରେ ‘ଫାଇଟର୍ ରବି’ ନାମରେ ମଧ୍ୟ ଜଣାଶୁଣା |