ଗୁଜରାଟ ମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବୟାନ ପାଇଁ ଆପ୍ ନେତା ଗୋପାଲ ଇଟାଲିଆ ଗିରଫ

ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଯୁଗ୍ମ ସମ୍ପାଦକ ଗୋପାଳ ଇଟାଲିଆଙ୍କୁ ସୋମବାର ସୁରଟ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ଏକ ସାଧାରଣ ସଭାରେ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ ହୋଇଛି ଇଟାଲିଆ । ଏହି ସାଧାରଣ ସଭାରେ ଇଟାଲିଆ ଗୁଜରାଟର ତତକାଳୀନ ଗୃହମନ୍ତ୍ରୀ ହର୍ଷ ସଙ୍ଗଭିଙ୍କୁ ଡ୍ରଗ୍ସ ସଙ୍ଗଭି ବୋଲି କହିଥିଲେ। ସେହି ସମୟରେ ମଧ୍ୟ ତାଙ୍କ ବୟାନକୁ ନେଇ ଅନେକ ହଇଚଇ ସୃଷ୍ଟି ହୋଇଥିଲା। ଏହି ବୟାନ ସାମ୍ନାକୁ ଆସିବା ପରେ ଇଟାଲିଆଙ୍କ ବିରୋଧରେ ଉମରା ଥାନାରେ ଅଭିଯୋଗ ହୋଇଥିଲା।