ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ କନ୍ୟା ସୁକନ୍ୟା ମଣ୍ଡଳଙ୍କୁ ଗିରଫ କଲା ଇଡି

ଆଜି ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅ ସୁକନ୍ୟା ମଣ୍ଡଳଙ୍କୁ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ପ୍ରଥମେ ଅନୁବ୍ରତ ମଣ୍ଡଳଙ୍କୁ ସିବିଆଇ ଏବଂ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଇଡି ପ୍ରଥମେ ଗୋରୁ ଚୋରା ଚାଲାଣ ମାମଲାରେ ସୁକନ୍ୟା ମଣ୍ଡଳକୁ ପଚରାଉଚରା କରିଥିଲା ​​ଏବଂ ଆଜି ତାଙ୍କୁ ଗିରଫ କରିଛି ।

ଏହାପୂର୍ବରୁ, ଇଡି ଏହି ମାମଲାକୁ ନେଇ ସୁକନ୍ୟା ମଣ୍ଡଳଙ୍କୁ ଡକାଇଥିଲା ଓ ତାଙ୍କର ଅଘୋଷିତ ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ପଚାରିଥିଲେ । ସୁକନ୍ୟା ମଣ୍ଡଳ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଥିବାବେଳେ ଏହାପୂର୍ବରୁ ମଧ୍ୟ ତାଙ୍କୁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଡକାଇଥିଲେ, କିନ୍ତୁ ସେ ହାଜର ହୋଇନଥିଲେ।