ରାହୁଲ ଗାନ୍ଧିଙ୍କ ଆବେଦନର ଶୁଣାଣିରୁ ଓହରିଗଲେ ଗୁଜରାଟ ହାଇକୋର୍ଟ ବିଚାରପତି

ମୋଦୀ ସାଂଗିଆ ପ୍ରତି ଅପମାନସୂଚକ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆବେଦନର ଶୁଣାଣି ପାଇଁ  ଗୁଜରାଟ ହାଇକୋର୍ଟର ନିଯୁକ୍ତ ଖଣ୍ଡପୀଠରୁ ଜନୈକ ବିଚାରପତି ଓହରି ଯାଇଛନ୍ତି। ସେ ନିଜକୁ ଏହି ମାମଲାର ଶୁଣାଣି କରିବାରୁ ପ୍ରତ୍ୟାହାର କରିନେଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଜଷ୍ଟିସ୍‌ ଗୀତା ଗୋପୀ କୋର୍ଟ ରେଜିଷ୍ଟ୍ରିକୁ ଏହି ମାମଲାକୁ ଅନ୍ୟ ଖଣ୍ଡପୀଠକୁ ହସ୍ତାନ୍ତର କରିବା ପାଇଁ କହିଛନ୍ତି। ଏଥିସହ ସେ ଏ ନେଇ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରି ରାହୁଲଙ୍କ ଆବେଦନକୁ ଫେରାଇ ଦେଇଛନ୍ତି। ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେବା ପାଇଁ ଦୁଇ ଦିନ ଲାଗିପାରେ ବୋଲି ଶ୍ରୀ ଗାନ୍ଧିଙ୍କ ଓକିଲ ପିଏସ୍‌ ଚାପାନେରୀ ଗଣମାଧ୍ୟମକୁ କହିଛନ୍ତି।