ଉତ୍ତରକୋରିଆକୁ ସିଗାରେଟ ବିକିବାରୁ ଏହି କମ୍ପାନୀ ଉପରେ ୫୨ ହଜାର କୋଟି ଟଙ୍କାର ଜରିମାନା ଲଗାଇଲା ଆମେରିକା

ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ଥିବା ଶତ୍ରୁତା ବାବଦରେ ତ ଆପଣ ଜାଣିଥିବେ | ଦୁଇଦେଶ ପରସ୍ପରକୁ ଅନେକ ସମୟରେ ଆକ୍ରମଣର ଧମକ ଦେଇଥାନ୍ତି | ଆମେରିକା ମନା କରିବା ସତ୍ତ୍ୱେ ଉତ୍ତର କୋରିଆ ଅନେକ ସମୟରେ ଯୁଦ୍ଧାସ୍ତ୍ରର ପରୀକ୍ଷା ମଧ୍ୟ କରିଥାଏ | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର କହିବୁ ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ | ବାସ୍ତବରେ ବର୍ତ୍ତମାନ ଆମେରିକା ଏହାର ବନ୍ଧୁ ରାଷ୍ଟ୍ର ବ୍ରିଟେନର ଏକ କମ୍ପାନୀ ଉପରେ ହଜାର ହଜାର କୋଟି ଟଙ୍କାର ଜରିମାନା ଲଗାଇଛି କାରଣ ଏହା ଉତ୍ତର କୋରିଆକୁ ସିଗାରେଟ୍ ବିକ୍ରି କରିଥିଲା । ବିଶ୍ୱର ବୃହତ୍ତମ ତମାଖୁ କମ୍ପାନୀ ଭାବରେ ଜଣାଶୁଣା ବ୍ରିଟିଶ-ଆମେରିକାନ ଟୋବାକୋ କମ୍ପାନୀ (BAT) ଉପରେ ଆମେରିକା ୫୨୦୦୦ କୋଟି ଟଙ୍କା ଜରିମାନା ଲଗାଇଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୦୭ ରୁ ୨୦୧୭ ମଧ୍ୟରେ ସିଗାରେଟ ବିକ୍ରି କରାଯାଇଥିଲା |