ଏହି ‘ଛୋଟ ବାଳକ’ ଭାରତୀୟ ଅର୍ଥନୀତି ପ୍ରତି ଆଣିପାରେ ‘ବଡ଼ ବିପଦ’ !

ଚଳିତ ବର୍ଷ ଦେଶର ଅର୍ଥନୀତି ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି । ବିଶ୍ୱ ବ୍ୟାଙ୍କ, ଆଇଏମଏଫ ଏବଂ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ସମେତ ଅନେକ ଏଜେନ୍ସି କହୁଛନ୍ତି ଯେ ଭାରତ ପୁଣି ଥରେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ । କିନ୍ତୁ ପାଣିପାଗର ଏକ ଅବସ୍ଥା ଭାରତର ସବୁ ଖୁସିକୁ ପାଣିଚିଆ କରିପାରେ । ତାହା ହେଉଛି ଏଲ୍ ନିନୋ ।

କେନ୍ଦ୍ରୀୟ ଓ ପୂର୍ବ ପ୍ରଶାନ୍ତ ମହାସାଗର ଅଂଚଳରେ ସମୁଦ୍ରପୃଷ୍ଠର ତାପମାତ୍ରା ବୃଦ୍ଧିକୁ ଏଲ ନିନୋ ବୋଲି କୁହାଯାଏ । ଏହା ଏକ ସ୍ପାନିସ୍ ଶବ୍ଦ ଓ ଏହାର ଅର୍ଥ ହେଉଛି ଛୋଟ ବାଳକ । ଏଣୁ ଛୋଟ ବାଳକ ଭାରତୀୟ ଅର୍ଥନୀତିକୁ ବଡ଼ ବିପଦରେ ପକାଇପାରେ ବୋଲି ଆଶଙ୍କା କରାଯାଉଛି।