ରେମୁଣାରେ ଇମାମୀ କିସ୍‌ ଆବାସିକ ବିଦ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ରେମୁଣା: ରାଜ୍ୟରେ ପିଲାଙ୍କୁ ଶିକ୍ଷା ଯୋଗାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ଏହାରି ମଧ୍ୟରେ ଆଜି ରେମୁଣାରେ ଇମାମୀ କିସ୍‌ ଆବାସିକ ବିଦ୍ୟାଳୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଫ୍ଲାଟରେ ୧୨ଶହ ଗରିବ ପିଲା CBSE ମାଧ୍ୟମରେ ବିନା ମୂଲ୍ୟରେ ଶିକ୍ଷାଲାଭ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଏହା ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଆମର ଉଦ୍ୟମକୁ ଏହା ଆହୁରି ଶକ୍ତିଶାଳୀ କରିବ ।’ ତେବେ ୧୨ ଏକର ଜମିରେ ନିର୍ମିତ ଏହି ସ୍କୁଲ ପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି ।