IPL ମ୍ୟାଚର ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆକୁ ମିଳିଲା ରାଇଟ୍‌ସ

ନୂଆଦିଲ୍ଲୀ: ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆକୁ ମିଳିଛି ଅଧିକାର । ଆଗାମୀ ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଅଧିକାର ମିଳିଛି । ଜଣାପଡିଛି ଯେ, ଆଇପିଏଲ ଆଗାମୀ ସଂସ୍କରଣର ପ୍ରସାରଣ ଅଧିକାର ମୋଟ୍‌ ୪୪ହଜାର ୭୫ କୋଟି ଟଙ୍କାରେ ନିଲାମ ହୋଇଛି ଏବଂ ଏହି ରାଶି ବିନିମୟରେ ଆଇପିଏଲର ୪୧୦ଟି ମ୍ୟାଚ୍‌ର ପ୍ରସାରଣ ଅଧିକାର ଦିଆଯାଇଛି। ଅର୍ଥାତ ଆଇପିଏଲର ଆଗାମୀ ସଂସ୍କରଣଗୁଡିକର ସମସ୍ତ ଖେଳ ଟିଭି କିମ୍ବା ଡିଜିଟାଲ ମିଡିଆରେ ପ୍ରସାରଣ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ- ବିସିସିଆଇକୁ ଏହି ଟଙ୍କା ଦେବ ପ୍ରସାରଣ ଅଧିକାର ପାଇଥିବା ସଂସ୍ଥା। ତେବେ ଏହି ଅଧିକାର କିଏ ପାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଟିଭି ଓ ଡିଜିଟାଲ ପ୍ରସାରଣ ଅଧିକାର ଭିନ୍ନ ଭିନ୍ନ ସଂସ୍ଥା ପାଇଥିବା ସୂଚନା ମିଳିଛି।

ଅର୍ଥାତ ଆଇପିଏଲ ଆଗାମୀ ସଂସ୍କରଣର ସମସ୍ତ ଖେଳ ଟିଭି କିମ୍ବା ଡିଜିଟାଲ ମିଡିଆରେ ପ୍ରସାରଣ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବିସିସିଆଇକୁ ଏହି ଟଙ୍କା ଦେବ ପ୍ରସାରଣ ଅଧିକାର ପାଇଥିବା ସଂସ୍ଥା । ଏହା ସହ ଡିଜିଟାଲରେ ପ୍ରସାରଣ ପାଇଁ ବିସିସିଆଇ ନେବ ୪୮ କୋଟି ଟଙ୍କା । ଟିଭିରେ ଗୋଟିଏ ଖେଳ ପ୍ରସାରଣ ପାଇଁ ୫୭ କୋଟି ୫୦ ଲକ୍ଷ ଟଙ୍କା ନେବ । ତେବେ ପ୍ରସାରଣ ଅଧିକାର କେଉଁ କମ୍ପାନୀ ପାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । କିନ୍ତୁ ଟିଭି ଓ ଡିଜିଟାଲ ପ୍ରସାରଣ ଅଧିକାର ଭିନ୍ନ ଭିନ୍ନ ସଂସ୍ଥା ପାଇଥିବା ସୂଚନା ମିଳିଛି । ଆଇପିଏଲରେ ବର୍ତ୍ତମାନ ୭୪ଟି ମ୍ୟାଚ ହେଉଛି । ଏହିସବୁ ମ୍ୟାଚ ପାଇଁ ଆଗାମୀ ୫ ବର୍ଷ ଲାଗି ମୋଟ୍ ୪୩ ହଜାର ୨୫୫ କୋଟି ଟଙ୍କା ସଂପୃକ୍ତ ଚ୍ୟାନେଲକୁ ଦେବାକୁ ପଡିବ ।

ତେବେ ଆଇପିଏଲର ଗୋଟିଏ ମ୍ୟାଚକୁ ଟିଭିରେ ପ୍ରସାରଣ ପାଇଁ ସଂପୃକ୍ତ ସଂସ୍ଥା ୫୭ କୋଟି ୫୦ ଲକ୍ଷ ଟଙ୍କା ଦେବ । ସେହିପରି ଡିଜିଟାଲ ମିଡିଆରେ ପ୍ରସାରଣ ପାଇଁ ୪୮ କୋଟି ଟଙ୍କା ବିସିସିଆଇକୁ ଦେବାକୁ ପଡିବ । ଟିଭି ପ୍ରସାରଣ ପାଇଁ ବେସ ପ୍ରାଇସ ୪୯ କୋଟି ଓ ଡିଜିଟାଲ ପ୍ରସାରଣର ବେସ ପ୍ରାଇସ ୩୩ କୋଟି ଥିଲା । ଉଭୟ ଟିଭି ଓ ଡିଜିଟାଲ ପ୍ରସାରଣ ପାଇଁ ପ୍ରତି ମ୍ୟାଚ୍‌ ପିଛା ୧୦୫ କୋଟି ୫୦ ଲକ୍ଷ ଦେବାକୁ ପଡିବ ।