ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ କାଲି ପାଳନ୍ତୁ ବଟ ପୂର୍ଣ୍ଣିମା ବ୍ରତ: ଜାଣନ୍ତୁ ଶୁଭ ମୁହୂର୍ତ୍ତ

ଏଥର ବଟ ପୂର୍ଣ୍ଣିମା ବ୍ରତ ୧୪ ଜୁନ୍ ୨୦୨୨ ମଙ୍ଗଳବାର ଦିନ ପାଳନ କରାଯିବ । ଏହି ଦିନ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ବରଗଛ ମୂଳରେ ପୂଜା କରନ୍ତି । ବରଗଛ ମୂଳରେ ତ୍ରିଦେବ ଅର୍ଥାତ୍ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ରୁହନ୍ତି । ଏହା ସହ ବରଗଛ ମୂଳରେ ପୂଜା କରିବା ଦ୍ୱାରା ମା’ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଏଥିପାଇଁ ହିନ୍ଦୁଧର୍ମରେ ବରଗଛକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଉତ୍ତର ଭାରତରେ ଏହାକୁ ବଟ ସାବିତ୍ରୀ ବ୍ରତ ଓ ଦକ୍ଷିଣ ଭାରତରେ ଏହାକୁ ବଟ ପୂର୍ଣ୍ଣିମା ବ୍ରତ କୁହାଯାଏ ।

ବଟ ସାବିତ୍ରୀ ବ୍ରତ ଦିନ ବର ଗଛକୁ ପୂଜା କରିବା ଦ୍ୱାରା ସ୍ୱାମୀଙ୍କ ଦୀର୍ଘ ଆୟୁଷ ସହ ଜୀବନରେ ସୁଖଶାନ୍ତି ମିଳିଥାଏ । ଏଥିପାଇଁ ବଟ ସାବିତ୍ରୀ ବ୍ରତ ରଖିବା ଓ ଏହି ଦିନ ବିଧି ବିଧାନ ମାନିବା ଦ୍ୱାରା ଶୁଭଫଳ ମିଳିଥାଏ ।

ତେବେ ଜୁନ୍ ୧୪ ରେ ବଟ ପୂର୍ଣ୍ଣିମା ବ୍ରତ ପାଳନ କରାଯିବ । ପୂର୍ଣ୍ଣିମା ତିଥି ଜୁନ୍ ୧୩ ସୋମବାର ରାତି ୦୯:୦୨ ରୁ ଆରମ୍ଭ ହେବ ଏବଂ ୧୪ ଜୁନ୍ ସନ୍ଧ୍ୟା ୦୫:୨୧ ପର୍ଯ୍ୟନ୍ତ ରହିବ । ଏହି ସମୟରେ ପୂଜା କରିବାର ଶୁଭ ସମୟ ଜୁନ୍ ୧୪ ର ସକାଳ ୧୧ ଟାରୁ ୧୨:୧୫ ପର୍ଯ୍ୟନ୍ତ ରହିବ । ବଟ୍ ପୂର୍ଣ୍ଣିମା ଦିନ ସାଧୁ ଯୋଗ ଏବଂ ଶୁଭ ଯୋଗ ମଧ୍ୟ ରହିିଛି ।

ବଟ୍ ପୂର୍ଣ୍ଣିମା ବ୍ରତର ପୂଜା ବିଧି:-

ବଟ୍ ପୂର୍ଣ୍ଣିମା ଉପବାସ ରଖିବା ମହିଳାମାନେସକାଳୁ ଶୀଘ୍ର ସ୍ନାନ କରି ଲାଲ ରଙ୍ଗ ବା କିଛି ଶୁଭ ରଙ୍ଗର ପୋଷାକ ପିନ୍ଧ । ବରଗଛ ମୂଳେ ସାବିତ୍ରୀ ଓ ସତ୍ୟବାନ୍ ତଥା ଯମଙ୍କ ପ୍ରତିମା ମାଟିରେ ସ୍ଥାପନ କରନ୍ତୁ । ବରଗଛ ମୂଳେ ଜଳ ଅର୍ପଣ କରନ୍ତୁ । ତା’ ପରେ ପୂଜାସାମଗ୍ରୀ ନେଇ ପୂଜା କରନ୍ତୁ ଓ ଗଛରେ ସୂତା ଗୁଡ଼ାଇ ୩ ଥର ପରିକ୍ରମା କରନ୍ତୁ । ଏହି ଦିନ ସତ୍ୟବାନ୍ ଓ ସାବିତ୍ରୀଙ୍କ କାହାଣୀ ଶୁଣିବା ଜରୁରୀ ।