ଜୟ ବଜରଙ୍ଗବାଲି କହୁଥିବା ଲୋକଙ୍କୁ ଘୃଣା କରେ କଂଗ୍ରେସ: ମୋଦୀ

କର୍ଣ୍ଣାଟକର ନିର୍ବାଚନୀ ଲଢେଇ ଆରମ୍ଭ ହୋଇଯାଇଛି । କ୍ଷମତା ଦୌଡ଼ରେ ସାମିଲ ହୋଇଛନ୍ତି ସବୁ ରାଜନୈତିକ ଦଳ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଉଛି। ୨୨୪ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ମେ ୧୦ ରେ ଭୋଟଗ୍ରହଣ ହେବ । ମେ’ ୧୩ ତାରିଖରେ ଭୋଟଗଣତି ହେବ । ତେବେ କର୍ଣ୍ଣାଟକର ହୋସପେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ମୋଦୀ କହିଛନ୍ତି ଯେ ପୂର୍ବରୁ ଭଗବାନ ଶ୍ରୀରାମଙ୍କ ନାମ ନେବାରେ ସେମାନଙ୍କର ସମସ୍ୟା ଥିଲା ଏବଂ ବର୍ତ୍ତମାନ ଯେଉଁମାନେ ଜୟ ବଜରଙ୍ଗବାଲି କହୁଛନ୍ତି ସେମାନଙ୍କୁ କଂଗ୍ରେସ ଘୃଣା କରୁଛି | ବାସ୍ତବରେ କଂଗ୍ରେସ ଏହାର ଇସ୍ତାହାରରେ ବଜରଙ୍ଗ ଦଳ, ପିଏଫଆଇ ଭଳି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ହନୁମାନ ଜୀଙ୍କର ଏହି ପବିତ୍ର ଭୂମିରେ ପ୍ରଣାମ କରିବା ମୋର ସୌଭାଗ୍ୟ ବୋଲି ମନେ କରୁଛି |