ପାକିସ୍ତାନରେ ଥିବା ସ୍କୁଲରେ ପଶି ଗୁଳିବର୍ଷା କଲେ ଆକ୍ରମଣକାରୀ, ଗଲା ୭ଜଣ ଶିକ୍ଷକଙ୍କ ଜୀବନ

ପାକିସ୍ତାନରେ ଥିବା ସ୍କୁଲରେ ପଶି ଗୁଳିବର୍ଷା କଲେ ଆକ୍ରମଣକାରୀ। ଗଲା ୭ଜଣ ଶିକ୍ଷକଙ୍କ ଜୀବନ। ଗୁରୁବାର ଦିନ ପାକିସ୍ତାନର ଖୈବୁର ପଖତୁନଖ୍ବାସ୍ଥିିତ ଏକ ବିଦ୍ୟାଳୟକୁ ହଠାତ୍ କିଛି ଆକ୍ରମଣକାରୀ ପଶି ଆସିବା ସହ ଗୁଳିବର୍ଷା କରିବା ଆରମ୍ଭ କରିଦେଇଥିଲେ। ଏହି ଆକ୍ରମଣରେ ବିଦ୍ୟାଳୟର ୭ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଦାୟିତ୍ବ ଗ୍ରହଣ କରିନାହାନ୍ତି।

ଏହି ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ କୌଣସି ଛାତ୍ରଛାତ୍ରୀ ମୃତାହତ ହୋଇଛନ୍ତି କି ନାହିଁ, ତାହା ଜଣାପଡ଼ିନାହିଁ। ଗତ କିଛି ମାସ ମଧ୍ୟରେ ପାକିସ୍ତାନରେ ବିଶେଷ କରି ଖୈବୁର ପଖତୁନଖ୍ବା ଏବଂ ବାଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଘଟଣା ବୃଦ୍ଧି ପାଇଛି। ଗତ ବର୍ଷ ନଭେମ୍ବରରେ ତହରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ସହିତ ସରକାରଙ୍କ ଅସ୍ତ୍ରବିରତି ଉଲଂଘନ ପରେ ଏଭଳି ଘଟଣା ବୃଦ୍ଧି ପାଇଛି।