ମାସିକ ଧର୍ମକୁ ନେଇ କରିଥିବା ୨୫ବର୍ଷ ତଳର ବିଜ୍ଞାପନ ଭିଡିଓ ସେୟାର କରି ସ୍ମୃତି ଇରାନୀ କହିଲେ ଏଭଳି କଥା….

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାଆନ୍ତି। ସେ ତାଙ୍କ ଦୈନନ୍ଦିନ ଜୀବନ ସହିତ ଜଡ଼ିତ ଅନେକ ପୋଷ୍ଟ ସେୟାର ବି କରିଥାଆନ୍ତି। ଏହି କ୍ରମରେ ସ୍ମୃତି ଇରାନୀ ଏକ ବଡ଼ କମ୍ପାନି ପାଇଁ କରିଥିବା ପ୍ରଥମ ବିଜ୍ଞାପନକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ବିଜ୍ଞାପନଟି ମାସିକ ଧର୍ମ ସମୟରେ ସ୍ବଚ୍ଛତା କିପରି ରକ୍ଷା କରାଯାଇ ପାରିବ ସେ ବିଷୟବସ୍ତୁ ଉପରେ ଆଧାରିତ ଥିଲା। ଏଥିସହିତ ଏହି ବିଜ୍ଞାପନରେ ମାସିକ ଧର୍ମ ପ୍ରତି ଲୋକଙ୍କ ଅନ୍ଧବିଶ୍ବାସକୁ ସ୍ମୃତି ଇରାନୀ ଦୂର କରିଥିଲେ।

ସ୍ମୃତି ଇରାନୀଙ୍କ ଦ୍ବାରା ସେୟାର କରାଯାଇଥିବା ଏକ ଟେଲିଭିଜନ ବିଜ୍ଞାପନ କ୍ଲିପରେ,ସେ ଜଣେ ମହିଳାଙ୍କୁ ମାସିକ ଧର୍ମର ୫ଦିନ ବିଷୟରେ ବୁଝାଉଥିବା ଦେଖିବାକୁ ମିଳୁଛି। ସେ ଲୋକଙ୍କୁ ଜଣାଉଛନ୍ତି କି ଏହା ପ୍ରତ୍ୟେକ ମହିଳାଙ୍କ ପାଇଁ ସାଧାରଣ କଥା। ମାସିକ ଧର୍ମ ଏହା ସଙ୍କେତ ଦେଇଥାଏ କି ଜଣେ ଝିଅ ଏଣିକି ବଡ଼ ଓ ବୁଝିଲାଶୁଝିଲା ହୋଇଗଲା।