ମେ ତୃତୀୟ ସପ୍ତାହରେ ମାଟ୍ରିକ

ଭୁବନେଶ୍ବର: ମେ ତୃତୀୟ ସପ୍ତାହରେ ମାଟ୍ରିକ ଏବଂ ମେ ଶେଷ ସପ୍ତାହ ସୁଦ୍ଧା ବାହାରିପାରେ + ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ। ମନ୍ତ୍ରୀ କହିଛନ୍ତି, ଯଦିଓ ପରୀକ୍ଷାଫଳ ତାରିଖ ନିର୍ଦ୍ଧାରିତ ହୋଇନାହିଁ, କିନ୍ତୁ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ। ଏଦିଗରେ ବୋର୍ଡ ଓ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟ କରୁଛନ୍ତି।
ଖାତା ଦେଖା ସରିଯାଇ ଆନୁସଙ୍ଗିକ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥବା ହେତୁ ଏପରି କୁହାଯାଉଛି।

ପୂର୍ବରୁ ବୋର୍ଡ ସଭାପତି ରାମାଶିଷ ହାଜରା ମଧ୍ୟ ଅନୁରୂପ  ସୂଚନା ଦେଇ କହିଥିଲେ ଯେ ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ,। ଏନେଇ ସେ କହିଥିଲେ, ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଇଛି। ଆଜି ମାଟ୍ରିକ ଖାତା ଦେଖା ସରିଛି। ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ନେଇ ନିର୍ଦ୍ଦେଶ ରହିଛି।ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ କରିବାକୁ ଚେଷ୍ଟା ଜାରି ରହିଛି। ସୋସିଆଲ ସାଇନ୍ସ ପ୍ରଶ୍ନପତ୍ର ତ୍ରୁଟି ପାଇଁ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନରେ ସମସ୍ୟା ହେବ ନାହିଁ।