ବିବାହ ବନ୍ଧନରେ ବାନ୍ଧିହେଲେ ପଞ୍ଜାବ CM

ଚଣ୍ଡୀଗଡ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଏହି ବନ୍ଧନରେ ବାନ୍ଧି ହୋଇଛନ୍ତି । ଚଣ୍ଡୀଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସିଏମ୍ ମାନ ଡଃ ଗୁରୁପ୍ରୀତ କୌରଙ୍କୁ ବିବାହ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି କନଭେନର ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଏଏପି ସାଂସଦ ରାଘବ ଚଡ୍ଡା ସାମିଲ ହୋଇଥିଲେ ।

ତେବେ ଅରବିନ୍ଦ କେଜରିଓ୍ୱାଲ୍ ଏହି ବିବାହର ଥିଲେ ମୁଖ୍ୟ ଆକର୍ଷଣ । କାରଣ ବାପା ସାଜି ଉଭୟଙ୍କ କରିଥିଲେ କନ୍ୟାଦାନ । ସିଏମ୍ ମାନ୍ ଏବଂ ଡଃ ଗୁରୁପ୍ରୀତ କୌରଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସିଏମ୍ ମାନ ଏବଂ ଡଃ ଗୁରୁପ୍ରୀତ କୌର ଏକାଠି ବସିଛନ୍ତି ।