ସକାଳ ଅଫିସ:ମନଇଚ୍ଛା ଆସୁଛନ୍ତି ଅଧକାରୀ

ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଫେରୁଛନ୍ତି ଲୋକେ

ବିଭିନ୍ନ କାମ ନେଇ ଆସୁଥିବା ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି

ବିନିକା ୧୬/୫(ଦର୍ଶନ ନ୍ୟୁଜ)ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସରକାର ଚଳିତ ଏପ୍ରିଲ ୧୦ ତାରିଖରୁ ଜୁନ ୧୨ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟଳୟ ସକାଳ ୭ଘଣ୍ଟାରୁ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ଖୋଲିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ସେଥିପାଇଁ ସେହି ବିଭାଗର କାର୍ଯ୍ୟରତ କର୍ମଚାରୀ ମାନେ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚି ନିଜର ଦାୟିତ୍ଵ କୁ ସୁଚାରୁରୂପେ ସମ୍ପାଦନା କରିବା ନିୟମ ରହିଛି ।ହେଲେ ଅତ୍ୟନ୍ତ ପରିତାପର ବିଷୟ ଅଧିକାଂଶ ବିଭାଗରେ କାର୍ଯ୍ୟରତ ଅଧିକାରୀ ହେଉ କି କର୍ମଚାରୀ ମନଇଛା କାର୍ଯ୍ୟକୁ ଆସୁଥିବାରୁ ବିଭିନ୍ନ କାମ ନେଇ ଆସୁଥିବା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବିନିକା ବ୍ଲକ ଅନ୍ତର୍ଗତ ସିଂଘିଯୁବା ଉପସ୍ବlସ୍ଥ୍ୟ କେନ୍ଦ୍ରରେ । ଏଠାରେ କାର୍ଯ୍ୟରତ କର୍ମଚାରୀ ଦୈନିକ ସମୟ ସକାଳ ପ୍ରାୟ ୮.୩୦ରୁ ୯ ଟାରେ ପହଂଚୁ ଥିବାର ଅଭିଯୋଗ ହୋଇଛି lବର୍ତମାନ ପ୍ରଦୂଷିତ ପରିବେଶ ଯୋଗୁଁ ନା ନା ପ୍ରକାରର ରୋଗ ମନୁଷ୍ୟ ଦେହରେ ଦେଖାଯାଉଛି ।ସ୍ବାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ ବୋଲି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ତାର ନିରାକରଣ ଦିଗରେ ପଦକ୍ଷେପ ନିଆଯାଉଛି ।ସେଥିପାଇଁ କର୍ମଚାରୀ ନିଯୁକ୍ତି ଦେଇ ଲକ୍ଷ ଲକ୍ଷ ଟଙ୍କା ଶ୍ରାଦ୍ଧ କରାଯାଉଛି ।ହେଲେ କେତେକ କର୍ମଚାରୀ ମେରୀ ରାୟ ନୀତି ଅବଲମ୍ବନ କରୁଥିବାରୁ ସରକାରଙ୍କ ହିତକର ଯୋଜନା ଫସର ପାଲଟିଛି । ନୀତି ପ୍ରତିଦିନ ବିଭିନ୍ନ ପ୍ରକାରର ବ୍ୟକ୍ତି ବିଶେଷ ବିଭିନ୍ନ ରୋଗର ନିରାକରଣ ପାଇଁ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ଦେଖିବାକୁ ମିଳୁଛି । ଏପରିକି ସୁଗର ଟେଷ୍ଟ ପାଇଁ ଆସୁଥିବା ବ୍ୟକ୍ତି ଅଖିଆ ପିଆ ଆସି ଦୀର୍ଘ ସମୟ ଅପେକ୍ଷା କରୁଛନ୍ତି ।ହେଲେ କାର୍ଯ୍ୟରତ ଅଧିକାରୀ ମନଇଚ୍ଛା ଅର୍ଥାତ ଖୋଲିବାର ସମୟ ଦୁଇ/ତିନି ଘଣ୍ଟା ପରେ ବି ଆସୁନଥିବାରୁ ଅପେକ୍ଷାରତ ସାଧାରଣ ଲୋକେ ନିରାଶ ହୋଇ ଶେଷରେ ଘରକୁ ଫେରୁଥିବା ବାଧ୍ୟ ହେଉଥିବା ଦେଖବାକୁ ମିଳୁଛି ।ଘଟଣା ଆଜିର ନୁହେଁ ଅନେକଥର ଘଟି ସାରିଥିଲେ ମଧ୍ୟ ଏବଂ ପ୍ରାୟ ଦିନ ମାନଙ୍କରେ ଦୂର ଦୁରାନ୍ତ ରୁ ଆସୁଥିବା ସାଧାରଣ ଲୋକେ ହଇରାଣ ହେଉଛନ୍ତି । ବିଭାଗୀୟ ଅଧିକାରୀଙ୍କ ଏଭଲି ନୀତିକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ କରାଯାଉଥିଲେ ମଧ୍ୟ କେଉଁ କାରଣରୁ ନା ଭିତିରିଆ ଅଧିକାରୀଙ୍କ ସହିତ ସଳାସୁତୁରା ରହିଥିବାରୁ ବୋଧେ ବିନିକା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଅଧିକାରୀ କୋଣସି ପଦକ୍ଷେପ ଗ୍ରହଣ କରୁନଥିବା ସାଧାରଣରେ ଆଲୋଚନା ହେଉଛି ।