ବାହା ହେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିବାହ କରିବେ ବୋଲି ଗତକାଲି ଅଚାନକ ଘୋଷଣା କରିବା ପରେ ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ ଡାକ୍ତର ଗୁର୍‌ପ୍ରୀତ୍‌ କ‌ୌର୍‌ଙ୍କୁ ବିବାହ କରିଛନ୍ତି।

ଶିଖ୍‌ ପ୍ରଥାମତେ, ପାରମ୍ପରିକ ‘ଆନନ୍ଦ କାରଜ’ ଅନୁଯାୟୀ ଗୋଟାଏ ଗୁରୁଦ୍ବାରରେ ଦୁହିଁଙ୍କର ବିବାହ ଅନୁଷ୍ଠାନ ଆୟୋଜନ କରାଯାଇଥିଲା।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ‘ଆମ୍‌ ଆଦ୍‌ମି ପାର୍ଟି’ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ୍‌ ଉକ୍ତ ବିବାହ ଅନୁଷ୍ଠାନରେ ଯୋଗ ଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ।

ବିବାହ ଉତ୍ସବରେ ଯୋଗ ଦେଇଥିବା  ‘ଆପ୍‌’ ସାଂସଦ ରାଘବ ଚଢ଼ା ବିବାହ ଅନୁଷ୍ଠାନର ଫଟୋ ଟୁଇଟ୍‌ କରି କହିଛନ୍ତି, ମାଆଙ୍କ ସହିତ ଏଠାକୁ ଆସିଛି। ଏଇ ବିଶେଷ ଅନୁଷ୍ଠାନ ଅବସରରେ ନିଷ୍ଠା ଓ ପ୍ରତିବଦ୍ଧତାର ସହିତ ମାନ୍‌ ସାହବ ଓ ତାଙ୍କ ପରିବାରକୁ ଅଭିନନ୍ଦନ ଜଣାଉଛି।