ବନବିଭାଗ ପକ୍ଷରୁ ୧ କିମି ରାସ୍ତା ରେ ୮ ଲକ୍ଷ ଟଙ୍କାର ଚାରା ରୋପଣ,ଅଧିକାରୀ ଦୁର୍ନୀତି କରି ଟଙ୍କା ଆତ୍ମସାତ ଅଭିଯୋଗ
ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଗଛ ନଷ୍ଟ
ବିନା ସୂଚନାଫଳକରେ ୧ କି.ମି. ପର୍ଯ୍ୟନ୍ତ ବୃକ୍ଷରୋପଣ
ବଙ୍ଗୋମୁଣ୍ଡା (ଦର୍ଶନ) ତା:୧୬:୦୫:୨୩ ରାଜ୍ୟ ରାଜପଥ ପାର୍ଶ୍ଵ ରେ ସବୁଜ ସୁନ୍ଦର ଓ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ବନବିଭାଗ ପକ୍ଷରୁ ଚାରା ରୋପଣ କରାଯାଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଅନେକ ଗଛ ନଷ୍ଟ ହେବାରେ ଲାଗିଛି । ବିନା ସୂଚନା ଫଳକ ରେ ୧ କିମି ରାସ୍ତା ରେ ୮ ଲକ୍ଷ ଟଙ୍କା ର ଚାରା ରୋପଣ କରାଯାଇ ଥିବା ଜଣାପଡିଛି । ବନ ବିଭାଗ ର ଅଧିକାରୀ ମାନେ ଦୁର୍ନୀତି କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ଅଫିସ ତରଫରୁ ବଙ୍ଗୋମୁଣ୍ଡା ରୁ ସିନ୍ଧେକେଲା ୪୨ ନମ୍ବର ରାଜ୍ୟ ରାଜପଥ ପର୍ଯ୍ୟନ୍ତ ବୃକ୍ଷ ରୋପଣ କରାଯାଇଅଛି। ଯାହାର ଅଟକଳ ପରିମାଣ ୮ ଲକ୍ଷ ୧୫ ହଜାର ୨୫୦ ଟଙ୍କା । ପ୍ରକୃତ ରେ ୧ କିଲୋମିଟର ପର୍ଯ୍ୟନ୍ତ ବଙ୍ଗୋମୁଣ୍ଡା ଜୋର ଠାରୁ କନାବିରା ଗାଁ ପର୍ଯ୍ୟନ୍ତ ଏହି ବୃକ୍ଷରୋପଣ କରାଯାଇଅଛି। କୌଣସି ସୂଚନା ଫଳକ ନାହିଁ। ଏତେ ଗଛ କୁ ଗୋଟିଏ ଜଗୁଆଳି ରଖାଯାଇଅଛି । ଏଥିରୁ ଅନୁମାନ କରାଯାଉଅଛି ଏହି କାର୍ଯ୍ୟରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଛି। ଏହିପରି ଆହୁରି ଅନେକ କାର୍ଯ୍ୟ ହୋଇଅଛି ଯାହାର ସୂଚନା ଦିଆଯାଉ ନାହିଁ। ସରକାର କୋଟି ଟଙ୍କାରେ ବୃକ୍ଷ ରୋପଣରେ ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ପରି ଅସାଧୁ ଅଫିସରମାନେ ସରକାରୀ ଟଙ୍କାକୁ ଆତ୍ମସାତ କରି ନିଜେ ମାଳାମାଲ୍ ହେଉଥିବା ଅଭିଯୋଗ ହେଉଛି । ବଙ୍ଗୋମୁଣ୍ଡା ରେଞ୍ଜର ଜନାର୍ଦନ ଠାକୁର ଓ ଫରେଷ୍ଟର ଦିବସ ମାଝୀ ଚାରା ରୋପଣ ର ଦାୟିତ୍ବ ନେଇଛନ୍ତି । ବୃକ୍ଷରୋପଣ କରାଯାଇଛି ସତ । କିନ୍ତୁ ବୃକ୍ଷରୋପଣର ଏକ ବର୍ଷ ପରେ ମଧ୍ୟ କାର୍ଯ୍ୟର ସୂଚନା ଫଳକ ଲଗାଯାଇ ନଥିବାରୁ ସନ୍ଦେହ ପ୍ରକାଶ ପାଇଛି । ବନ ବିଭାଗ ର ରକ୍ଷଣାବେକ୍ଷଣ ଅଭାବ ରୁ ଅନେକ ଗଛ ନଷ୍ଟ ହୋଇଯାଇଛି । ବିଭିନ୍ନ ସମୟରେ ଗଛ କୁ ପାଣି ଦେବା ସହ ଅନ୍ୟ ନିୟମ ରହିଥିଲେ ମଧ୍ୟ ପାଳନ କରାଯାଉନାହିଁ । ସୂଚନା ଅଧିକାର ଆଇନ ବଳରେ ୮ ଲକ୍ଷ ୧୫ ହଜାର ୨୫୦ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଥିଲା। ଅନେକ ସୂଚନା ମଗାଯାଇଥିଲା ହେଲେ ତାହା ମିଳିନଥିବାରୁ ରୁ ସାଧାରଣ ରେ ସନ୍ଦେହ ପ୍ରକାଶ ପାଇଛି । ଏହି ଘଟଣା ରେ ବନବିଭାଗ ର ଅଧିକାରୀ ମାନେ ଦୁର୍ନୀତି କରି ଟଙ୍କା ଆତ୍ମସାତ କରାଯାଇଛି । ବଙ୍ଗୋମୁଣ୍ଡା ଫରେଷ୍ଟ ଅଫିସ କୁ ସୂଚନା ଅଧିକାର କର୍ମୀ ଥବିର ବାଗ ସୂଚନା ଅଧିକାର ଆଇନ ରେ ରିପୋର୍ଟ ମାଗିଥିଲେ । ୨୦୨୧-୨୦୨୨ ଓ ୨୦୨୨- ୨୩ ରେ ହୋଇଥିବା କାର୍ଯ୍ୟ ର ସମ୍ପୁର୍ଣ୍ଣ ତାଲିକା କେଉ ଯୋଜନା ରେ କି କି କାର୍ଯ୍ୟ ହୋଇ ଥିଲା ଓ ତାର ଅଟକଳ ପରିମାଣ କେତେ। ଦୀର୍ଘ ଏକ ମାସ ପରେ ସୂଚନା ଦେଲେ,କିନ୍ତୁ ରିପୋର୍ଟ ରେ ଅଟକଳ ପରିମାଣ ଦେଲେ ନାହିଁ। କେବଳ ବଙ୍ଗୋମୁଣ୍ଡା ଠାରୁ ସିନ୍ଧେକେଲା ରାସ୍ତା ର ଅଟକଳ ପରିମାଣ ଟ ୮୧୫୨୫୦ କେବଳ ଦିଆଗଲା। ଯାହା ୧ ରୁ ୨ କିଲୋମିଟରକୁ ଏତେ ଟଙ୍କା ଖର୍ଚ୍ଚ କୁ ଯେ କେହି ମଧ୍ୟ ସନ୍ଦେହ କରିବା ସ୍ଵାଭାବିକ। ବୋଧ ହୁଏ ଏଥିପାଇ ଅନ୍ୟ ପ୍ରକଳ୍ପ ର ଅଟକଳ ପରିମାଣ ଦିଆଗଲା ନାହିଁ। ପରେ ଉକ୍ତ ଅଫିସ କୁ ପୁଣି ଥରେ ସୂଚନା ମଗାଗଲା ଅଫିସ୍ ମୀମୋ ନ -୨୦ ତା.୨୭.୧.୨୦୨୩ ରେ ଦେଇ ଥିବା ସୂଚନା ର ହୋଇଥିବା କାର୍ଯ୍ୟ ର ଅଟକଳ ପରିମାଣ ଓ ଖର୍ଚ୍ଚର ବିବରଣୀ ପ୍ରଦାନ କରିବାକୁ। ପୁଣି ଆଗପରି ଦୀର୍ଘ ୧ ମାସ ବିତିଗଲା ପରେ ସୂଚନା ଅଧିକାରୀ ଏକ ଚିଠି ପଠାଇଛନ୍ତି ଯାହାର ମୀମୋ ନ – ୧୬୮ ତା.୧୩.୩.୨୦୨୩ ସେଥିରେ ସେ ଉଲ୍ଲେଖ କରିଛନ୍ତି । The mandate of RTI act doesn’t permit to collect,collate and interpret the data but to avil the existing data । ଏଠାରେ ପ୍ରଶ୍ନ ଉଠୁଛି ସବୁ କାର୍ଯ୍ୟ ଗୁଡ଼ିକ ଶ୍ରମିକ କରିଛନ୍ତି ଅଫିସ ରୁ ହୋଇଛି ଏହାକୁ ସାର୍ବଜନୀକ କରିବାରେ କଣ ଅସୁବିଧା ଅଛି ? କାଳେ ଦୁର୍ନୀତି ହୋଇଥିବ ନିହାତି ? ରିପୋର୍ଟ ଦେଲେ ରେଞ୍ଜର ଙ୍କ ଦୁର୍ନୀତି ର ମୁଖା ଖୁଲିଯିବ ନି ତ ? ଏଭଲି ଅନେକ ପ୍ରଶ୍ନ ଉଠୁଛି । ଅନ୍ୟପଟେ ବଙ୍ଗୋମୁଣ୍ଡା ରେଞ୍ଜର ଜନାର୍ଦନ ଠାକୁର ଙ୍କୁ ପ୍ରତିକ୍ରିୟା ନେବାରୁ ,ପାଖା ପାଖି ୪ କି.ମି ରାସ୍ତା ରେ ଗଛ ଲଗାଯାଇଛି ଓ ରକ୍ଷଣାବେକ୍ଷଣ କରାଯାଉଛି ବୋଲି କହିଥିଲେ । ତେବେ ସେ ସବୁ ଗଛ ଗଲା କୁଆଡେ଼ । ଏହାର ଉଚ୍ଚସ୍ତରୀୟ ତଦନ୍ତ କଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଦାବି ହୋଇଛି । ବିଭାଗୀୟ ଅଧିକାରୀ ମାନେ କେବେ ତଦନ୍ତ କରିବେ ଓ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତାହା ଦେଖିବାକୁ ବାକି ରହିଲା ।