ନୂଆ ସଂସଦ ଭବନରେ ରଖାଯିବ ଐତିହାସିକ ରାଜଦଣ୍ଡ, ‘ସେଙ୍ଗୋଲ’
ନୂଆ ସଂସଦ ଭବନ ଉଦଘାଟନ ସମୟରେ ବାଚସ୍ପତିଙ୍କ ଆସନ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିମୂର୍ତିକୁ ସ୍ଥାପନ କରିବେ ।
ସେଙ୍ଗୋଲର ଅର୍ଥ ‘‘ସମ୍ପତିରେ ପରିପୂର୍ଣ୍ଣ’’
ନୂଆଦିଲ୍ଲୀ : ନୂଆ ସଂସଦ ଭବନରେ ରଖାଯିବ ଐତିହାସିକ ରାଜଦଣ୍ଡ ସେଙ୍ଗୋଲ । ଆସନ୍ତା ରବିବାର ନୂଆ ସଂସଦ ଭବନ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଚସ୍ପତିିଙ୍କ ଆସନ ନିକଟରେ ଏକ ଐତିହାସିକ ସୁବର୍ଣ୍ଣ ପ୍ରତିମୂର୍ତ୍ତି ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀଙ୍କ ସାଂସଦ ଉଦଘାଟନ କରିବାକୁ ନେଇ ଅନେକ ରାଜନୈତିକ ଦଳ ବିରୋଧ କରିବା ବେଳେ ଅମିତ ଶାହା କହିଛନ୍ତି ଯେ ‘‘ବ୍ରିଟିଶରୁ ଭାରତୀୟମାନଙ୍କୁ କ୍ଷମତା ହସ୍ତାନ୍ତର ଅବସରରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଏହି ରାଜଦଣ୍ଡ ହସ୍ତାନ୍ତର କରାଯାଇଥିଲା । ଏହି ରାଜଦଣ୍ଡକୁ ସେଙ୍ଗୋଲ” କୁହାଯାଏ – ଏକ ତାମିଲ ଶବ୍ଦ ଯାହାର ଅର୍ଥ ହେଉଛି “ସମ୍ପତ୍ତିରେ ପରିପୂର୍ଣ୍ଣ”। ଏହି ରାଜଦଣ୍ଡ ଆମ ରାଷ୍ଟ୍ରର ଇତିହାସରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି । ଭାରତ ଏହି ସୁବର୍ଣ୍ଣ ରାଜଦଣ୍ଡ ପାଇବା ପରେ ଚୋଳ ରାଜବଂଶର କଳାକୃତିକୁ ବିଧାନସଭାକୁ ଏକ ଶୋଭାଯାତ୍ରାରେ ନିଆଯାଇଥିଲା । ସେଙ୍ଗୋଲ ପ୍ରଦାନ କରିଥିବା ବ୍ୟକ୍ତି ଏକ ନ୍ୟାୟପୂର୍ଣ୍ଣ ଓ ନିରପେକ୍ଷ ନିୟମ ପ୍ରଦାନ କରିବେ ବୋଲି ଆଶା କରାଯାଏ । ତେଣୁ ଆସନ୍ତା ରବିବାର ଦିନ ନୂଆ ସଂସଦ ଭବନ ଉଦଘାଟନ କରିବା ସମୟରେ ବାଚସ୍ପତିଙ୍କ ଆସନ ନିକଟରେ ଏହି ପ୍ରତିମୂର୍ତି ସ୍ଥାପନ କରିବେ ।’’