ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଅନୁପସ୍ଥିତ ଥିବା ୧୦ଟି ରାଜ୍ୟରେ ଓଡିଶା ବି ସାମିଲ
ନବୀନ ପଟ୍ଟନାୟକ ଅନୁପସ୍ଥିତ ରହିବାର ଅଫିସିଆଲ ଷ୍ଟେଟମେଂଟ ଜାରି ହୋଇନାହିଁ
ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ହୋଇଥିବା ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂତ୍ରରୁ ପ୍ରକାଶ ଯେ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଅନୁପସ୍ଥିତ ହୋଇଥିବା ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ନବୀନ ପଟ୍ଟନାୟକ ବି ଅଛନ୍ତି । କିନ୍ତୁ ନବୀନ ପଟ୍ଟନାୟକ ଅନୁପସ୍ଥିତ ରହିବାର ଅଫିସିଆଲ ଷ୍ଟେଟମେଂଟ ଜାରି ହୋଇନାହିଁ । ତେବେ ନବୀନ ପଟ୍ଟନାୟକ ଶନିବାର ରାଜ୍ୟରେ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ସମୀକ୍ଷା କରୁଛନ୍ତି । ରବିବାର ଦିନ ଦିଲ୍ଲୀରେ ହେବାକୁ ଥିବା ପାର୍ଲିଆମେଂଟ ଉଦଘାଟନୀ ଉସôବରେ ଯୋଗ ଦେବାର ସମ୍ଭାବନା ରହିଛି ।
ଉଲ୍ଲେଖଯୋଗ୍ୟ, ଦଶଟି ଅଣବିଜେପି ରାଜ୍ୟ ଯଥା ଓଡିଶା, ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ତେଲେଙ୍ଗାନା, ଦିଲ୍ଲୀ, ବିହାର, ପଞ୍ଜାବ, ରାଜସ୍ଥାନ, କର୍ଣ୍ଣାଟକ ନୀତି ଆୟୋଗ ପରିଚାଳନା ପରିଷଦର ଏହି ବୈଠକରେ ଯୋଗ ଦେଇନାହାନ୍ତି । ରିପୋର୍ଟ ଅନୁଯାୟୀ, ‘ବିକଶିତ ଭାରତଅ୨୦୪୭ ରୋଲ ଅଫ୍ ଟିମ୍ ଇଣ୍ଡିଆ’ ବିଷୟବସ୍ତୁ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭାରତକୁ ଏକ ବିକଶିତ ରାଷ୍ଟ୍ର ଗଠନ କରିବା ଉପରେ ସ୍ୱାସ୍ଥ୍ୟ ବିକାଶ, ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ ବିକାଶ, ଭିତିଭୂମି ବିକାଶ ଉପରେ ବିଚାରବିମର୍ଶ କରାଯାଇଛି ।