ନୂତନ ସଂସଦ ଭବନ ଏକ ନୂତନ ଭାରତ: ମୋଦି
ନୂତନ ପାର୍ଲିଆମେଂଟ ଉଦଘାଟନ ଅବସରରେ ମୋଦି ଦେଶବାସୀଙ୍କ ଉଦେ୍ଦଶ୍ୟରେ ଉସôର୍ଗ କରିଛନ୍ତି ।
ଐତିହାସିକ ରାଜଦଣ୍ଡ ‘ସେଙ୍ଗୋଲ’ ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ରବିବାର ଦିନ ନୂତନ ପାର୍ଲିଆମେଂଟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଉପସ୍ଥିତିରେ ଏକ ଐତିହାସିକ ରାଜଦଣ୍ଡ ‘ସେଙ୍ଗୋଲ’ ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ‘ଗଣତନ୍ତ୍ରର ମନ୍ଦିର’ ରାଷ୍ଟ୍ର ଉଦେ୍ଦଶ୍ୟରେ ଉସôର୍ଗ କରିଛନ୍ତି ।
ଏହି ଅବସରରେ ମୋଦି ଦେଶବାସୀଙ୍କ ଉଦେ୍ଦଶ୍ୟରେ ସମ୍ବୋଧନ କରି କହିଛନ୍ତି, ”ଏହି ନୂତନ ସଂସଦର ଢାଂଚା ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ଏବଂ ସ୍ୱପ୍ନର ପ୍ରତିଫଳନ ଏବଂ ଭାରତର ନିଷ୍ଠା ବିଷୟରେ ବିଶ୍ୱକୁ ଏକ ବାର୍ତା ଜଣାଇବ । ଏହି ନୂତନ କୋଠା ଏକ ଆତ୍ମନିର୍ଭରଶୀଳ ଭାରତର ସକାଳ ଦେଖିବ ଏବଂ ବିକଶିତ ରାଷ୍ଟ୍ର ଆଡକୁ ଏହାର ଯାତ୍ରା ଦେଖିବ । ଏହି ନୂତନ ଭବନ ଏକ ବିକଶିତ ଭାରତର ସଂକଳ୍ପ ହାସଲ କରିବ । ଏହି ନୂତନ ସଂସଦ ଭବନ ଯୋଜନାକୁ ବାସ୍ତବତା ସହିତ ସଂଯୋଗ କରେ । ଏଠାରେ ନିଆଯାଇଥିବା ପ୍ରତ୍ୟେକ ନିଷ୍ପତି ଆମର ଭବିଷ୍ୟତ ପିଢିକୁ ଶୋଭା ଦେବ ଏବଂ ସମୃଦ୍ଧ କରିବ ଓ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଧାର ହେବ । ଗରିବ, ଦଳିତ, ପଛୁଆ, ଆଦିବାସୀଙ୍କ ସଶକ୍ତିକରଣର ରାସ୍ତା ଭିନ୍ନ ଭିନ୍ନ ଏବଂ ଆମ ସମାଜର ପ୍ରତ୍ୟେକ ବଂଚିତ ପରିବାର ଏଇଠୁ ଯାଆନ୍ତି । ଏଠାରେ ପ୍ରତ୍ୟେକ ଆଇନ୍ ଭାରତକୁ ଦ୍ରାରିଦ୍ର୍ୟରୁ ବାହାରିବାରେ ସାହାଯ୍ୟ କରିବ ଏବଂ ପ୍ରତ୍ୟେକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ । ମୁଁ ନିଶ୍ଚିତ ଯେ, ନୂତନ ସଂସଦ ଭବନ ଏକ ନୂତନ ଭାରତ । ଏହା ହେଉଛି ସେହି ଭାରତ ଯିଏ ନୀତି, ନ୍ୟାୟ, ସତ୍ୟ, ସମ୍ମାନ ଏବଂ କର୍ତବ୍ୟର ପଥରେ ଗତି କରେ ଏବଂ ଅଧିକ ଶକ୍ତିଶାଳୀ ହୁଏ ।”