ଆଇପିଏଲରୁ ଅବସର ଘୋଷଣା କଲେ ଅମ୍ବତି ରାଇଡୁ
ସିଏସକେ ଟିମର ପ୍ଲେୟାର ଅମ୍ବତି ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଏହା ତାଙ୍କର ଶେଷ ମ୍ୟାଚ୍ ହେବ ବୋଲି କହି ଅବସର ଘୋଷଣା କରିଛନ୍ତି ।
୨୦୨୩ ଆଇପିଏଲ ସଂସ୍କରଣରେ ଫାଇନାଲ ଟୁର୍ଣ୍ଣାମେଂଟ ହେଉଛି ଶେଷ ମ୍ୟାଚ୍ ବୋଲି ରାଇଡୁ ନିଶ୍ଚିତ କରିଛନ୍ତି
ଅହମ୍ମଦାବାଦ: ଚେନ୍ନାଇ ସୁପରକିଙ୍ଗ୍ସର ବ୍ୟାଟ୍ସମ୍ୟାନ ଅମ୍ବତି ରାଇଡୁ ରବିବାର ଦିନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରୁ ଅବସର ଘୋଷଣା କରିଛନ୍ତି । ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ୨୦୨୩ ସଂସ୍କରଣର ଆଇପିଏଲ ଟୁର୍ଣ୍ଣାମେଂଟରେ ତାଙ୍କର ଶେଷ ମ୍ୟାଚ୍ ହେବ । ସୂଚନାନୁଯାୟୀ, ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜଣଙ୍କ ୨୦୧୮ରୁ ସେଏସକେ ଦଳର ଅଂଶ ଥିଲେ । ସେ ଫ୍ରାଂଚାଇଜ୍ ସହିତ ଦୁଇଟି ଟାଇଟଲ ମଧ୍ୟ ଜିତିଛନ୍ତି । ସେ ୨୦୧୦ରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଆପିଏଲ କ୍ୟାରିୟର ଆରମ୍ଭ କରିଥିଲେ । ସେ ଦୁଇଟି ଦଳରେ ମୋଟ ୨୦୪ଟି ମ୍ୟାଚ ଖେଳିଛନ୍ତି । ତା ଭିତରୁ ୧୪ଟି ସିଜିନରେ ୧୧ଟି ପ୍ଲେ ଅଫ୍, ୮ଟି ଫାଇନାଲ ଖେଳିଛନ୍ତି ଓ ୫ଟି ଟ୍ରଫି ଜିତିଛନ୍ତି ।
ଏ ନେଇ ରାଇଡୁ ଟ୍ୱିଟ୍ କରିଛନ୍ତି ଯେ, ”ଆଜି ରାତିର ଆଇପିଏଲର ଫାଇନାଲ ମ୍ୟାଚ୍ ମୋର ଶେଷ ମ୍ୟାଚ୍ ହେବ । ମୁଁ ଏହି ଟୁର୍ଣ୍ଣାମେଂଟ ଖେଳିବାକୁ ଅତ୍ୟନ୍ତ ଉପଭୋଗ କରିଛି । ଆପଣ ସମସ୍ତଙ୍କୁ ଧନ୍ୟବାଦ ।”