କୋଣାର୍କ ମନ୍ଦିର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ରାଜ୍ୟ ସରକାର କୋଣାର୍କ ମନ୍ଦିର ପରିସରକୁ ଐତିହ୍ୟ ଓ ସ୍ମାରକୀ ଓ ପର୍ଯ୍ୟଟନସ୍ଥଳୀର ସମନ୍ବିତ ବିକାଶ ଯୋଜନାରେ ବିକଶିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏକାମ୍ର କ୍ଷେତ୍ର ବିକାଶ ପାଇଁ କ୍ୟାବିନେଟର ଅନୁମୋଦନ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ୍ ବୈଠକରେ କୋଣାର୍କ ମନ୍ଦିର ଉନ୍ନତିକରଣ ପ୍ରକଳ୍ପ ପାଇଁ ଟେଣ୍ଡରକୁ ଅନୁମୋଦନ ମିଳିଛି। ୨୦୯.୭୩ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ।
ସେହିପରି ଭକ୍ତମାନଙ୍କୁ ମୌଳିକ ସୁବିଧା ଯୋଗାଇଦେବା ଏବଂ ଭୁବନେଶ୍ୱର ପୁରୁଣା ସହର ଅଞ୍ଚଳର ବିଭିନ୍ନ ପ୍ରାଚୀନ ସ୍ମାରକୀଗୁଡ଼ିକର ପୁନରୁଦ୍ଧାର ପାଇଁ ଏକାମ୍ର କ୍ଷେତ୍ର ସୁବିଧା ଓ ସ୍ମାରକୀ ପୁନରୁଦ୍ଧାର ଯୋଜନା ପାଇଁ ଟେଣ୍ଡରକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ୧୫୬.୨୧ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ।
ଏହି ପ୍ରକଳ୍ପ ସମ୍ପର୍କରେ ଅଧିକ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ପିକେ ଜେନା କହିଛନ୍ତି ଯେ, “ଏହି ପ୍ରକଳ୍ପ ୧୩ ଶତାବ୍ଦୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୌତିକ ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବ ଓ ଏକାଦଶ ଶତାବ୍ଦୀର ଲିଙ୍ଗରାଜ ମନ୍ଦିରର ଆଖପାଖ ଅଞ୍ଚଳର ବିକାଶ କରାଯିବ । ତେବେ ୧୮ ମାସ ମଧ୍ୟରେ ଏହି ପ୍ରକଳ୍ପର କାର୍ଯ୍ୟକାରୀ ହେବ। ଉଭୟ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ମେସର୍ସ ବିପି କନଷ୍ଟ୍ରକସନକୁ ଚୟନ କରାଯାଇଛି।”