ଆସାମ ବନ୍ୟାରେ ୪.୮୯ ଲକ୍ଷ ଲୋକ ପ୍ରଭାବିତ

ଆସାମ ବନ୍ୟାରେ ଏଯାବତ୍ ୪.୮୯ ଲକ୍ଷ ଲୋକ ପ୍ରଭାବିତ ହୋଇ ସାରିଲେଣି

ମୃତ୍ୟୁ ସଂଖ୍ୟା ୨ରେ ପହଂଚିଛି

ଆସାମ: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ଭାବରେ ରହିଛି । ବନ୍ୟାରେ ଏଯାବତ୍ ୪.୮୯ ଲକ୍ଷ ଲୋକ ପ୍ରଭାବିତ ହୋଇ ସାରିଲେଣି । ମାତ୍ର ୨୪ ଘଂଟାରେ ନଲବାରୀ ଜିଲ୍ଲାରେ ବନ୍ୟା ପାଣିରେ ବୁଡି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ୨ରେ ପହଂଚିଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କମିଟିର ରିପୋର୍ଟ ଅନୁଯାୟୀ, କେବଳ ବାଜାଲି ଜିଲ୍ଲାରେ ୨.୬୭ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ନଲବାରୀରେ ୮୦,୦୬୧, ବରପେଟାରେ ୭୩,୨୩୩, ଲକ୍ଷ୍ମୀପୁରରେ ୨୨,୫୭, ଦରାଙ୍ଗରେ ୧୪.୫୮୩, ତୁମୁଲପୁରରେ ୧୪,୧୮୦, ବକ୍ସାରେ ୭,୨୮୨ ଏବଂ ଗୋଲପଡା ଜିଲ୍ଲାରେ ୪,୭୫୦ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ୧୦,୭୮୨.୮୦ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ୧୫୩୮ଟି ଗ୍ରାମ ପ୍ରଭାବିତ ହୋଇଛିା ଅନେକ ଅସ୍ଥାୟୀ ତମ୍ବୁ କରି ରାସ୍ତାଘାଟ, ଉଚ୍ଚ ଭୂମି ଓ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି ।