ଭୋଜି ଖାଇ ଫେରୁଥିବା ବେଳେ ଓଲଟିଲା ବସ

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ସୁନାମୁଁହି ପଞ୍ଚାୟତ ଖଙ୍ଗାରପଲ୍ଲୀ ଠାରେ ବସ ଦୁର୍ଘଟଣା ଘଟି ଏକାଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି

ଦୁର୍ଘଟଣା ଘଟି ଏକାଧିକ ଆହତ

ନୂଆଗାଁ (ଦର୍ଶନ ନ୍ୟୁଜ):-ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ସୁନାମୁଁହି ପଞ୍ଚାୟତ ଖଙ୍ଗାରପଲ୍ଲୀ ଠାରେ ବସ ଦୁର୍ଘଟଣା ଘଟି ଏକାଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି।ସୂଚନା ଅନୁଯାୟୀ ନିର୍ବନ୍ଧ ଘର ଭୋଜି ଖାଇବା ନିମନ୍ତେ ଦୁରୁଦୁରା ଠାରୁ ଗଂଜାମ ଜିଲ୍ଲା ଭଂଜନଗର ନିକଟସ୍ଥ  ପଦ୍ମପୁର ଗାଁ କୁ ଓଡ଼ି ୦୯ ବି ଓ ୫୩୩ ନଂ ବିଶିଷ୍ଟ ଫୁଲତୁଳସୀ ବସ ଯୋଗେ ୫୦ରୁ ଉର୍ଦ୍ଧ୍ବ ଯାଇଥିଲେ।ଭୋଜି ଖାଇ ଆଜି ସକାଳ ୪ ଘଟିକା ୧୫ ମିନିଟ ସମୟରେ ଫେରୁଥିବାବେଳେ ଗାଡି ଚାଳକଙ୍କ ଆଖି ପଡିଯିବାରୁ ବାହାଡ଼ଝୋଲା-ସୁନାମୁଁହି ରାସ୍ତା ଖଙ୍ଗାରପଲ୍ଲୀଠାରେ ଭାରସାମ୍ୟ ହରାଇ ବସଟି ରାସ୍ତା ତଳକୁ ଖସି ପଡ଼ିଥିଲା।ଦ୍ବିତୀକେଶ୍ୱର ମନ୍ଦିର ସେବକ ମାନସ ମହାପାତ୍ର ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡିର କାଚ ଭାଙ୍ଗି ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଦୁର୍ଘଟଣାରେ ଏକାଧିକ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଓଡ଼ଗାଁ ଗୋଷ୍ଠୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।