ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା ବୈଠକ

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି

ଲୋକଙ୍କୁ ଉଦ୍ଧାର, ରିଲିଫ୍ ସାମଗ୍ରୀ, ସ୍ୱାସ୍ଥ୍ୟ ସେବା ଓ ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୌସୁମୀ ଆସି ଯାଇଥିବାରୁ ରାଜ୍ୟରେ ଆଗକୁ ବନ୍ୟା ଓ ବାତ୍ୟା ପରିସ୍ଥିତି ସୃଷ୍ଟି ହେଲେ କିଭଳି ଜରୁରୀ ପରିସ୍ଥିରେ ମୁକାବିଲା କରିବାକୁ ହେବ, ଏନେଇ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ମସ୍ୟô ଓ ଏଆରଡି ବିଭାଗ ସହ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ବାରମ୍ବାର ବିପର୍ଯ୍ୟୟର ସାମନା କରୁଛି, ବିଶେଷକରି ବାତ୍ୟା ଓ ବନ୍ୟାପ୍ରବଣ ରାଜ୍ୟ ଓଡିଶା । ଗତ ବର୍ଷ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ୨୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲା । ଉତମ ବିପର୍ଯ୍ୟୟ ପରିଚାଳନା ପାଇଁ ଭାରତ ସରକାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ୨୦୨୩ ପୁରସ୍କାରରେ ଓଡିଶାକୁ ସମ୍ମାନିତ କରିଥିଲେ । ଚଳିତ ବର୍ଷର ମୌସୁମୀ ଆସିଯିବା ପରେ ଜୁନରୁ ଅକ୍ଟୋବର ମାସରେ ପ୍ରବଳ ବର୍ଷା ହେବାରୁ ବାତ୍ୟା ଓ ବନ୍ୟା ହେବାର ଅନେକ ସମ୍ଭାବନା ରହିଛି । ତେଣୁ ବାତ୍ୟା ଓ ବନ୍ୟାକୁ ଏଡାଇଯିବା ପାଇଁ ଆମକୁ ପୂର୍ବ ପ୍ରସ୍ତୁତି କରିବାକୁ ପଡିବ । ଆମକୁ ସୁରକ୍ଷାବାହିନୀ, ଓଡ୍ରାଫ୍ ଟିମ୍, ଏନଡିଆରଏଫ ଟିମ୍ ସହ ଅଗ୍ନିଶମ ବିଭାଗ, ଯଥା ଆବଶ୍ୟକ ଖାଦ୍ୟ ସାମଗ୍ରୀ, ପିଇବା ପାଣି ମହଜୁଦ ରଖିବା ଓ ସ୍ୱାସ୍ଥ୍ୟ ସେବା ତୁରନ୍ତ ପହଂଚାଇବାକୁ ଚେଷ୍ଟା କରିବା । ଖାଦ୍ୟ ଯୋଗାଣ ଓ ଖାଉଟି ବିଭାଗ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଆଗୁଆ ମହଜୁଦ କରି ରଖିବା ଆବଶ୍ୟକ । ମସô୍ୟ ଓ ଏଆରଡି ବିଭାଗ ଅସୁରକ୍ଷିତ ଓ ଅପହଂଚ ଅଂଚଳରେ ପର୍ଯ୍ୟାପ୍ତ ପରିମାଣରେ ଗୋଖାଦ୍ୟ ସଂରକ୍ଷଣ କରିବା ଉଚିତ୍ । ସମସ୍ତ ଜିଲ୍ଲାପାଳମାନେ ଯେପରି ତଳିଆ ଅଂଚଳରେ ଥିବା ଗର୍ଭବତୀ ମହିଳା, ଶାରୀରିକ ଓ ମାନସିକ ଭିନ୍ନକ୍ଷମଙ୍କ ଭଳି ଦୁର୍ବଳ ଲୋକ, ଛୋଟ ପିଲା ଓ ବୃଦ୍ଧମାନଙ୍କ ଉଦ୍ଧାର କାର୍ଯ୍ୟ ପ୍ରତି ବିଶେଷ ଧ୍ୟାନ ଦେବେ । ସେମାନେ ତୁରନ୍ତ ରିଲିଫ୍ ସାମଗ୍ରୀ ପହଂଚାଇବା, କ୍ଷୟକ୍ଷତି ସ୍ଥାନର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଶେଷ ଧ୍ୟାନ ଦେବେ ।