ମାଲକାନଗିରିରେ ରାସ୍ତା ପ୍ରକଳ୍ପ ପାଇଁ ୧୫୮ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରିରେ ରାସ୍ତା ପ୍ରକଳ୍ପ ପାଇଁ ୧୫୮ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୨୧ଟି ରାସ୍ତା ପାଇଁ ଗ୍ରାମ୍ଯ ଉନ୍ନୟନ ବିଭାଗ ପ୍ରସ୍ତାବକୁ ମଞ୍ଜୁରୀ

ମାଲକାନଗିରି: ମାଲକାନଗିରିରେ ରାସ୍ତା ପ୍ରକଳ୍ପ ପାଇଁ ୧୫୮ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରିରେ ୨୧ଟି ରାସ୍ତା ପ୍ରକଳ୍ପ ପାଇଁ ଗ୍ରାମ୍ଯ ଉନ୍ନୟନ ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପରେ ୧୭୨.୫୩ କିଲୋମିଟର ରାସ୍ତା କଭର କରିବ। ଜିଲ୍ଲାର ଉପାନ୍ତ ଅଞ୍ଚଳକୁ ଏହି ରାସ୍ତା ସଂଯୋଗ କରିବା ସହ ଚିତ୍ରକୋଣ୍ଡା, କାଲିମେଳା, କୋରୁକୋଣ୍ଡା ଏବଂ ପୋଡିଆ ବ୍ଲକରେ ଏହି ରାସ୍ତା ହେବ। ୫-ଟି ସଚିବ ଭିକେ ପାଣ୍ଡିଆନ ମାଲକାନଗିରି ଜିଲ୍ଲା ଗସ୍ତ କରିବା ସମୟରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧିନରେ ରାସ୍ତା ପ୍ରକଳ୍ପ ପାଇଁ ପ୍ରସ୍ତାବ ଦିଆ ଯାଇଥିଲା।