ଜୁଲାଇ ୩ରେ ହେବ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକ; ଅଧ୍ୟକ୍ଷତା କରିବେ ମୋଦି

ଆସନ୍ତା ଜୁଲାଇ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକ ଅନୁଷ୍ଠିତ ହେବ

ହୋଇପାରେ କ୍ୟାବିନଟେ୍ ଅଦଳବଦଳ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀଗଣ ଓ ବିଜେପିର ଶୀର୍ଷ ନେତାମାନେ ମଧ୍ୟ ସାମିଲ ହେବେ । ଏ ନେଇ କ୍ୟାବିନେଟ୍ ଅଦଳବଦଳ ହେବାର ସମ୍ଭାବନା ଜୋର୍ ରହିଛି ।
ସୂଚନାନୁସାରେ, ପ୍ରଗତି ମଇଦାନରେ ନବନିର୍ମିତ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହେବ । ଜୁଲାଇ ତୃତୀୟ ସପ୍ତାହରେ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରୀମଣ୍ଡଳ ବୈଠକ ହେବ । ସେହିଭଳି ଚଳିତବର୍ଷ ଶେଷ ବେଳକୁ ବିଧାନସଭା ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ହେଉଥିବା ବେଳେ କ୍ୟାବିନେଟ ସଦସ୍ୟଙ୍କ ସହ ବିଜେପି ସଂଗଠନରେ ମଧ୍ୟ ପରିବର୍ତନ ହେବାର ସମ୍ଭାବନା ଅଛି ବୋଲି ଚର୍ଚ୍ଚା ହେଉଛି ।